ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ରେ ପ୍ରଥମ ବର୍ଷ କରେସପଣ୍ଡେ ଣ୍ଟସ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆସନ୍ତା ୧୯ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ୧୯ ତାରିଖ ପୂର୍ବାହ୍ନ ୧୧ଟାରେ ସାମ୍ସ ୱେବ୍ସାଇଟ୍େର ଫର୍ମ ଉପଲବ୍ଧ ହେବ । ନଭେମ୍ବର ୩ ତାରିଖ ରାତି ୧୧ଟା ୫୦ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଆବେଦନ କରିପାରିବେ ।
ମାଧ୍ୟମିକ ଶିକ୍ଷା ବୋଡର୍ରୁ ଉର୍ତ୍ତୀଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କ ପାଇଁ ୩,୧୬୦ ଟଙ୍କା ଫି ରହିଥିବା ବେଳେ ଅନ୍ୟାନ୍ୟ ପାସ୍ ହୋଇଥିବା ଛାତ୍ରୀଛାତ୍ରଙ୍କ ପାଇଁ ୩,୧୮୦ ଟଙ୍କା ରହିଛି । ମନୋନୀତ ହୋଇଥିବା ଛାତ୍ରୀଛାତ୍ରଙ୍କ ତାଲିକା ନଭେମ୍ବର ୧୦ତାରିଖ ଅପରାହ୍ନ ୨ଟାରେ ପ୍ରକାଶ ପାଇବ । ନଭେମ୍ବର ୧୧ତାରିଖ ପୂର୍ବାହ୍ନ ୧୧ଟାରୁ ୧୯ତାରିଖ ଅପରାହ୍ନ ୪ଟା ଭିତରେ ନାମଲେଖାଇବେ ।