26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶବାୟୁସେନାର ୨ଟି ବିମାନ କ୍ରାସ୍‌ ଘଟଣା : ୨ ପାଇଲଟଙ୍କୁ ଏୟାରଲିଫ୍ଟ

ବାୟୁସେନାର ୨ଟି ବିମାନ କ୍ରାସ୍‌ ଘଟଣା : ୨ ପାଇଲଟଙ୍କୁ ଏୟାରଲିଫ୍ଟ

ନୂଆଦିଲ୍ଲୀ:ଭାରତୀୟ ବାୟୁସେନାର ୨ଟି ଲଢୁଆ ବିମାନ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ମଧ୍ୟ ପ୍ରଦେଶ ମୋରେନାରେ ସୁଖୋଇ-୩୦ ଓ ମିରାଜ୍ ୨୦୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁଇଟି ଯାକ ବିମାନ ଗ୍ବାଲିୟର ବିମାନଘାଟିରୁ ଉଡାଣ ଆରମ୍ଭ କରିଥିଲେ। ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ଜଣାପଡି ନଥିଲେ ମଧ୍ୟ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେଠାରେ ଏହି ବିମାନ ଦୁଇଟି ଅଭ୍ୟାସ କରୁଥିଲେ।

ଖବର ଅନୁଯାୟୀ, ମୋରେନା ପ୍ଲେନ କ୍ରାସର ନିର୍ଦ୍ଦିଷ୍ଟ କାରଣ ଏବେ ଯାଏଁ କିଛି ସ୍ପଷ୍ଟ ଭାବରେ ଜଣାପଡିନାହିଁ ।  କୋର୍ଟ ଅଫ ଇନକ୍ୱାରୀ ବେଳେ ଦୁର୍ଘଟଣାର କାରଣ ଏବେ ଯାଏଁ କିଛି ସ୍ପଷ୍ଟ ଜଣାପଡିନାହିଁ । ଆକାଶରେ ଉଭୟଙ୍କ ମଧ୍ୟରେ କ୍ରାସ୍ ହୋଇଛି କି ନାହିଁ ତାହା ଏବେ ଯାଏଁ ଠିକ୍ ଭାବରେ ଜଣାପଡିବ । ଦର୍ଘଟଣାଗସ୍ତ ଉଭୟ ଫାଇଟର ପ୍ଲେନରେ ୩ ଜଣ ପାଇଲଟ ଥିଲେ ।

ଆକାଶମାର୍ଗରେ ଦୁଇଟି ଯାକ ବିମାନ ପରସ୍ପରକୁ ଧକ୍କା ଦେଇଥିବା କୁହାଯାଉଛି । ଅଚାନକ ମିରାଜ୍ ୨୦୦୦ ବିମାନରେ ନିଆଁ ଲାଗିଯାଇଥିଲା। ମୋରେନାର ପହାହଡଗଡ ଜଙ୍ଗଲରେ ମିରାଜ୍ ବିମାନଟି ଖସି ପଡିଥିଲା। ଏଥିରେ ଜଣେ ପାଇଲଟଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ପାଇଲଟ ସୁରକ୍ଷିତ ଅଛନ୍ତି। ଭାରତୀୟ ବାୟୁସେନା ଘଟଣାର କୋର୍ଟ ଅଫ ଇନକ୍ବାରୀ ଆଦେଶ ଦେଇଛି। ୩ ଜଣଙ୍କ ମଧ୍ୟରୁ ୨ ଜଣ ପାଇଲଟ ସୁରକ୍ଷିତ ଅଛନ୍ତି । ସୁରକ୍ଷିତ ଥିବା ୨ ପାଇଲଟ ହୋଇଥିବାବେଳେ ଉଭୟଙ୍କୁ ଏୟାରଲିଫ୍ଟ କରାଗଲା । ତୃତୀୟ ପାଇଲଟଙ୍କୁ ବାୟୂୁସେନା ପକ୍ଷରୁ ତଲାସ ଜାରି ।

ଏ ନେଇ ସେନା ପ୍ରମୁଖ ବା ସିଡିଏସ ଅନୀଲ ଚୌହାନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ କଥା ହୋଇଛନ୍ତି।

ବାୟୁସେନାର ୨ଟି ବିମାନ କ୍ରାସ୍‌

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking