ଭୁବନେଶ୍ୱର : ବିଲ୍ଡର ହତ୍ୟାକାଣ୍ଡ ମାମଲାରେ ୨ ଅଭିଯୁକ୍ତ ଗିରଫ । ରାଜଧାନୀର ବିଲ୍ଡର ବାଙ୍କା ଓରଫ ନବଘନ ପାଟ୍ଟଶାଣୀ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି କମିସନରେଟ ପୁଲିସ । ରାଜଧାନୀରେ ହତ୍ୟା କରିବା ପରେ ଗୋବିନ୍ଦପୁରରେ ଫିଙ୍ଗିଦେଇଥିଲେ ଦୁର୍ବୃତ୍ତ । ଏହି ମାମଲାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସେମାନେ ହେଲେ ବଣ୍ଟି ଦିଗାଲ ଓ ବିଜୟ କୁମାର ନାୟକ । ଗତ ଜୁଲାଇ ୧୯ ତାରିଖରେ ବିଲଡର ନବଘନ ପାଟ୍ଟଶାଣୀ ନିଖୋଜ ହୋଇଥିବା ନେଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ପୋଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଜୁଲାଇ ୨୯ ତାରିଖରେ ଗୋବିନ୍ଦପୁରରେ ଏକ ଅଜଣା ମୃତଦେହ ମିଳିଥିବା ସୂଚନା ପାଇଥିଲା ପୁଲିସ । ପରିବାର ଲୋକଙ୍କୁ ନେଇ ମୃତଦେହ ଚିହ୍ନଟ କରିବା ପରେ ତାହା ନବଘନ ପାଟ୍ଟଶାଣୀଙ୍କର ବୋଲି ଜଣାପଡିଥିଲା । ପୋଲିସ ଘଟଣାର ଛାନଭିନ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।