26.1 C
Bhubaneswar
Wednesday, January 8, 2025
Homeଓଡିଶାଫେବୃଆରୀ ୩ରୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଫେବୃଆରୀ ୩ରୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ୱର:  ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଫେବୃଆରୀ ୩ରୁ ତିନି ଦିନ ଧରି ସ୍ଥାନୀୟ ଜନତା ମଇଦାନଠାରେ ଆୟୋଜିତ ହେବ । ଏଥିରେ ଦେଶ ବିଦେଶର ଐତିହାସିକ, ଭାଷାବିତ, ଗବେଷକ, ବୁଦ୍ଧିଜୀବୀ ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ଯୋଗଦେଇ ଓଡ଼ିଆ ଭାଷାର ମହନୀୟ ଅତୀତ ଓ ଭବିଷ୍ୟତର ପ୍ରାସଙ୍ଗିକତା ସମ୍ପର୍କରେ ତର୍କଭିତ୍ତିକ ଓ ମାର୍ମିକ ତର୍ଜମା କରିବେ ।  ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭାଷା, ସାହିତ୍ୟ, କଳାକୃତି ଆଦି କ୍ଷେତ୍ରରେ ଅବଦାନ ଥିବା ତଥା ବିଭିନ୍ନ ପୁରସ୍କାର ବିଜେତା ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଏହି ଅବସରରେ ମହାନ ଐତିହାସିକ ପଦ୍ମଶୀ ହରମାନ କୁଲକେଙ୍କ ସମେତ ୫୮ ଜଣ ପଦ୍ମ ପୁରସ୍କାର ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯିବ । ସେହିଭଳି ଜ୍ଞାନପୀଠ ପୁରସ୍କାର ପାଇଥିବା ଏବଂ ଜୀବନବ୍ୟାପୀ ସାଧନା ନିମନ୍ତେ ମଧ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ମାନଙ୍କୁ ପୁରସ୍କୃତ କରାଯିବ । ଏତଦବ୍ୟତୀତ କେନ୍ଦ୍ର ସାହିତ୍ୟ ଏକାଡେମୀ, ସରସ୍ୱତୀ ସମ୍ମାନ ଓ ମୂର୍ତ୍ତିଦେବୀ ପୁରସ୍କାରପ୍ରାପ୍ତ ବିଜେତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ । ଅନ୍ୟପକ୍ଷରେ ଜୟଦେବ, ଧର୍ମପଦ, ଅତିବଡ଼ୀ ଜଗନ୍ନାଥ ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏବଂ ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନପ୍ରାପ୍ତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ।

ସମ୍ମିଳନୀକୁ ଆହୁରି ବ୍ୟାପକ କରିବା ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସ୍ୱରୂପ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର, ପ୍ରଥମ ପ୍ରିଣ୍ଟିଂ ପ୍ରେସ୍ ଓ ବିଭିନ୍ନ କଳାକୃତି ଆଦି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ କଳାକୃତିକୁ ପ୍ରୋତ୍ସାହିତ କରିବାକୁ ସମ୍ମିଳନୀରେ ବ୍ୟାପକ ଆୟୋଜନ କରାଯାଉଛି । ଏଥିରେ ସବୁ ବର୍ଗର ବ୍ୟକ୍ତିବିଶେଷ ସାମିଲ ହୋଇ ଓଡ଼ିଆ ଭାଷାର ପ୍ରଚାର ପ୍ରସାର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ । ଏଠାକୁ ଆସି ଓଡ଼ିଆ ଭାବେ ନିଜକୁ ଗର୍ବ ଅନୁଭବ କରିବା ସହ ଅଭୁଲା ସ୍ମୃତି ନେଇ ଯିବେ ଏଥିନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking