ଜୟପୁର: ନୂଆବର୍ଷ ପାଇଁ ସାରା ଦେଶ ଉତ୍ସବମୁଖର । ସମସ୍ତେ ବିଭିନ୍ନ ଉପାୟରେ ଜିରୋ ନାଇଟ ଏବଂ ନୂଆବର୍ଷକୁ ସେଲିବ୍ରେଟ କରୁଛନ୍ତି । ତେବେ କିଛି ଲୋକ ନାଚି ଗାଇ ଧୁମ ମଚାଉଛନ୍ତି ତ କିଛି ଲୋକ ମଦରେ ମଦରେ ନୂଆବର୍ଷକୁ କରିଛନ୍ତି ସ୍ୱାଗତ । ଏହି ଦୁଇ ଦିନରେ ମଦ ବିକ୍ରିକୁ ନେଇ ଆସିଛି ଏକ ଅଦ୍ଭୁତ ତଥ୍ୟ । ଡିସେମ୍ବର ୩୦ ଏବଂ ୩୧ ତାରିଖରେ ରାଜ୍ୟବାସୀ ମୋଟ ୧ ଆରବ ୧୧ ଡଲାର ଟଙ୍କାର ମଦ ବିକ୍ରି କିଣିଥିବା ରେକର୍ଡ ହୋଇଛି । ଯାହା ଗତବର୍ଷର ରେକର୍ଡକୁ ବି ଅତିକ୍ରମ କରିଛି ।
ସୂଚନାନୁସାରେ, ଡିସେମ୍ବର ଶେଷ ୨ ଦିନରେ ସମଗ୍ର ରାଜସ୍ଥାନରେ ୧୯.୯୫ କୋଟି ମୂଲ୍ୟର ବିୟର, ଇଂରାଜୀ (ଓଗୠଖ) ୮୭.୮୨ କୋଟି ଏବଂ ଆମଦାନୀ ହୋଇଥିବା ମଦ (ବିଦେଶୀ ମଦ) ୩୫.୨୬ କୋଟି ମୂଲ୍ୟରେ ବିକ୍ରି ହୋଇଥିଲା। ସୂଚନାନୁସାରେ ଗତ ବର୍ଷ ଏହି ଦୁଇ ଦିନରେ ୭୭.୮୨ କୋଟି ମୂଲ୍ୟର ମଦ ବିକ୍ରି ହୋଇଛି । କିନ୍ତୁ ଏହା ଚଳିତବର୍ଷ ବୃଦ୍ଧି ପାଇଁ ୧ ଆରବ ୧୧ କୋଟି ଟଙ୍କାରେ ପହଞ୍ଚିଛଇ ।
ତେବେ ଜୟପୁର ପୋଲିସ ଦୁଇ ଦିନ ମଧ୍ୟରେ ମଦ୍ୟପଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଦେଖାଯାଇଛି । ସହରର ୫୦ ରୁ ଅଧିକ ପଏଣ୍ଟରେ ରାତି ୮ ଟାରୁ ୧ ଟା ପର୍ୟ୍ୟନ୍ତ ପୋଲିସ ମୁତୟନ କରାଯାଇଥିଲା। ଡିସେମ୍ବର ୩୧ ରେ, ଜୟପୁର ଟ୍ରାଫିକ ପୋଲିସ ଏବଂ ଜୟପୁର କମିଶନରେଟ ପୋଲିସ ଷ୍ଟେସନ ଦ୍ୱାରା ୪୪୪୭ଟି ଚାଲାଣ କଟା ଯାଇଥିଲା।ଏଥିରେ ମଦ୍ୟପ ଡ୍ରାଇଭିଂ ସଂଖ୍ୟା ମାତ୍ର ୧୭ ଥିଲା।ନୂଆ ବର୍ଷ ପାଳନ କରିବାକୁ ଆସିଥିବା ବ୍ୟକ୍ତିଙ୍କ ଉପରେ ଜୟପୁର ପୋଲିସ ଏକ ବିଶେଷ ନଜର ରଖିଥିଲା।