32.1 C
Bhubaneswar
Friday, October 18, 2024
Homeଦେଶ ବିଦେଶ୧୯୮୪ ଶିଖ୍ ବିରୋଧୀ ଦଙ୍ଗା; ସଜ୍ଜନ କୁମାର ନିର୍ଦ୍ଦୋଷରେ ଖଲାସ

୧୯୮୪ ଶିଖ୍ ବିରୋଧୀ ଦଙ୍ଗା; ସଜ୍ଜନ କୁମାର ନିର୍ଦ୍ଦୋଷରେ ଖଲାସ

ନୂଆଦିଲ୍ଲୀ: ୧୯୮୪ରେ ଦିଲ୍ଲୀରେ ଘଟିଥିବା ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଦିଲ୍ଲୀର ଏକ ଅଦାଲତ ବୁଧବାର କଂଗ୍ରେସର ପୂର୍ବତନ ସାଂସଦ ସଜ୍ଜନ କୁମାରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଉପଯୁକ୍ତ ପ୍ରମାଣ ନଥିବାରୁ ସଜ୍ଜନଙ୍କ ସମେତ ଅନ୍ୟ ଦୁଇ ଅଭିଯୁକ୍ତ ବେଦପ୍ରକାଶ ଓ ବ୍ରହ୍ମାନନ୍ଦ ଗୁପ୍ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ବୋଲି ବିଚାରପତି ଗୀତାଞ୍ଜଳି ଗୋଏଲ କହିଛନ୍ତି ।

ସୂଚନାଯୋଗ୍ୟ ଏହି ଦଙ୍ଗା ସମ୍ପର୍କିତ ଅନ୍ୟ ଏକ ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା ସଜ୍ଜନ କୁମାର ବର୍ତ୍ତମାନ ଜେଲ୍‌ରେ ରହିଛନ୍ତି । ଦଙ୍ଗା ସମୟରେ ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ ଜଣେ ଶିଖ୍ ସଂପ୍ରଦାୟ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ମାମଲାରେ ସଜ୍ଜନ କୁମାରଙ୍କ ନାମରେ ପୃଥକ ମାମଲା ଦାଏର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking