ନୂଆଦିଲ୍ଲୀ : ନିଜ ଜନ୍ମ କଲା ବାପା ଝିଅକୁ ଦୁଷ୍କର୍ମ କରୁଥିବା ଖବର ସାମ୍ନାକୁ ଆସିଛି । ଏଭଳି ଲଜ୍ଜିତ ଘଟଣା ଉତ୍ତରପ୍ରଦେଶର ମହୋବାର ଗାଁରେ ଘଟିଛି । ପିଡିତା ଜଣଙ୍କ କୌଣସି ପ୍ରକାରେ ଅମଣିଷ ବାପା କବଳରୁ ଖସି ତାଙ୍କ ମାମୁଙ୍କ ପାଖରେ ପହଞ୍ଚିଥିଲେ । ଆଉ ବାପାଙ୍କ ସବୁ କଥା ମାମୁ ଆଗରେ ବଖାଣିଥିଲେ । ଏହାପରେ ପୋଲିସ ତାଙ୍କ ବାପାକୁ ଗିରଫ କରିଛି । ମହୋବା ନଗର ଅଞ୍ଚଳର ଅଫିସର କହିଛନ୍ତି ଅଭିଯୁକ୍ତଙ୍କ ସ୍ତ୍ରୀ ଘରୁ ବାହାରକୁ ଚାଲିଯାଇଥିଲେ । ତାଙ୍କ ଝିଅ ଘରେ ଏକା ଥିଲେ । ସୁଯୋଗ ଦେଖି ତାଙ୍କୁ ଦୁଷ୍କର୍ମ କରିଥିଲେ । ଘଟଣା ବିଷୟରେ କାହାକୁ ନ କହିବା ପାଇଁ ଧମକ ଦେଇଥିଲେ । ହେଲେ ପଡିତା ତା ମାମୁଙ୍କୁ ସବୁ କଥା କହିଦେଇଥିଲେ । ସେ ତୁରନ୍ତ ପୋଲିସକୁ ଖବର ଦେଇ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଇଛି । ଆପଣଙ୍କୁ କହି ରଖୁଛୁ ଯେ ଫେବୃଆର ୩ରେ ଦେଓରିଆ ଜିଲ୍ଲାରେ ସମାନ ଘଟଣା ସାମ୍ନାକୁ ଆସିଥିଲା । ୧୩ ବର୍ଷର ଝିଅ ନିଜ ବାପାଙ୍କ ଉପରେ ଦୁଷ୍କର୍ମର ଅଭିଯୋଗ ଆଣିଥିଲା । ପୀଡିତାଙ୍କ ମାଆଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କ ବାପାଙ୍କ ବିରୁଦ୍ଧରେ ଭାରତୀୟ ଗଣ୍ଡ ସଂହିତା ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନର ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା । ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି । ସେହିପରି ଗତ ମାସରେ ବାଲିଆ ଜିଲ୍ଲାରେ ଜଣେ ବାପା ତାଙ୍କ ସ୍ତ୍ରୀଙ୍କ ଅନୁପସ୍ଥିତିରେ ନାବାଳିକାକୁ ଦୁଷ୍କର୍ମ କରିଥିଲେ । ଝିଅର ବୟସ ୧୧ ବର୍ଷ ଥିବା ବେଳେ ୫୧ ବର୍ଷୀୟ ବାପା ତାଙ୍କୁ ଏଭଳି ଶିକାର କରୁଥିଲେ । ଝିଅଟିଏ ତା ଜେଜେ ମା ପାଖରେ ରହୁଥିଲା । ତାଙ୍କ ମା ସଂପର୍କୀୟଙ୍କ ଘରୁ ଭେଟିବାକୁ ଯାଇଥିଲେ । ପୀଡିତା ଜଣଙ୍କ ଭୟରେ ତାଙ୍କ ମାକୁ କିଛି କହୁ ନଥିଲେ । ହେଲେ ଜାଣିବା ପରେ ତାଙ୍କ ମା ପୋଲିସ ଆଗରେ ଅଭିଯୋଗ କରିଥିଲେ । ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା ।