27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଉପକୃତ ହେବେ ୧୮ଟି ବର୍ଗର କାରିଗର ଓ ହସ୍ତଶିଳ୍ପୀ

ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଉପକୃତ ହେବେ ୧୮ଟି ବର୍ଗର କାରିଗର ଓ ହସ୍ତଶିଳ୍ପୀ

ନୂଆଦିଲ୍ଲୀ: ବିଶ୍ୱକର୍ମା ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‘ପିଏମ୍-ବିଶ୍ୱକର୍ମା ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ସରକାର ବିନା କୌଣସି ଗ୍ୟାରେଣ୍ଟିରେ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବେ । ଏହି ଯୋଜନାରେ ମୂର୍ତ୍ତି କାରିଗର, କମାର, ବଢ଼େଇ, ରାଜମିସ୍ତ୍ରୀଙ୍କ ସମେତ ୧୮ଟି ବର୍ଗର କାରିଗର ଓ ହସ୍ତଶିଳ୍ପୀ ଉପକୃତ ହେବେ । ଏହି ଯୋଜନାରେ ଅନ୍ତଭୂକ୍ତ ହେବା ପାଇଁ କଳାକାରମାନଙ୍କୁ ପିଏମ ବିଶ୍ୱକର୍ମା ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ । ଆବେଦନପତ୍ର ଯାଞ୍ଚ କରାଯାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ହିତାଧିକାରୀମାନଙ୍କୁ ପରିଚୟ ପତ୍ର ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ।

ସେମାନଙ୍କୁ ଏହି ଯୋଜନାରେ ଥିବା ସମସ୍ତ ସୁବିଧା ଓ ସହାୟତା ପ୍ରଦାନ କରାଯିବ। ସୂଚନା ଅନୁଯାୟୀ, ୫ ରୁ ୭ ଦିନ ଯାଏଁ ପ୍ରତ୍ୟେକ ହିତାଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ପରେ ୧୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଏହି ଯୋଜନା ପାଇଁ ୧୩ ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରଯାଇଛି । ୫ ବର୍ଷ ପାଇଁ କଳାକାର ଏବଂ ହସ୍ତଶିଳ୍ପୀଙ୍କ ପାଇଁ ସହାୟତା ପ୍ରଦାନ କରାଯିବ । ପଞ୍ଜିକୃତ ଶୀଳ୍ପୀମାନଙ୍କୁ ପିଏମ ବିଶ୍ୱକର୍ମା ସାର୍ଟିଫିକେଟ ସହ ଆଡି କାର୍ଡ ପ୍ରଦାନ କରାଯିବ । ସେମାନଙ୍କୁ ପ୍ରାଥମିକ ପ୍ରଶିକ୍ଷଣ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ପର୍ଯ୍ୟନ୍ତ ଏବଂ ଦିତୀୟ ପର୍ଯ୍ୟାୟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ । ଏଥିପାଇଁ ସେମାନଙ୍କୁ ୫ ପ୍ରତିଶତ ସୁଧ ଦେବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking