22.1 C
Bhubaneswar
Friday, January 10, 2025
Homeଓଡିଶାଓଡ଼ିଶାକୁ ଆସିବେ ଆଉ ୧୭ ଆଇଟି କମ୍ପାନୀ, ଏକ ହଜାରରୁ ଅଧିକ ଆଇଟି ପ୍ରଫେନାଲଙ୍କୁ ନିଯୁକ୍ତି...

ଓଡ଼ିଶାକୁ ଆସିବେ ଆଉ ୧୭ ଆଇଟି କମ୍ପାନୀ, ଏକ ହଜାରରୁ ଅଧିକ ଆଇଟି ପ୍ରଫେନାଲଙ୍କୁ ନିଯୁକ୍ତି ସୁଯୋଗ: ସଚିବ

ଭୁବନେଶ୍ୱର: ଓଡ଼ିଶା ମୁହାଁ ଏବେ ଆଇଟି କମ୍ପାନୀ । ନିକଟରେ ଡେଲୋଏଟ୍ ଭଳି ବହୁ ରାଷ୍ଟ୍ରୀୟ ଆଇଟି କମ୍ପାନୀ ଓଡ଼ିଶାରେ ନିଜର ଅଫିସ୍ ଖୋଲି ପନ୍ଦର ଶହରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବ ବୋଲି ଘୋଷଣା କରିଥିବାବେଳେ ଆଉ ୧୭ ନୂଆ ଆଇଟି କମ୍ପାନୀ ପାଇପ୍ ଲାଇନ୍‌ରେ ଅଛନ୍ତି । ସେହି କମ୍ପାନୀଗୁଡ଼ିକ ଆସିଲେ ପ୍ରାୟ ଏକ ହଜାରରୁ ଅଧିକ ଆଇଟି ପ୍ରଫେସନାଲ୍‌ଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ମଙ୍ଗଳବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର । ସେ କହିଛନ୍ତି ଯେ ଓଡ଼ିଶାରେ ଏବେ ପ୍ରାୟ ପଚିଶରୁ ଅଧିକ ବୃହତ୍ତ ଆଇଟି କମ୍ପାନୀ ନିଜର ଅଫିସ୍ ଖୋଲିଛନ୍ତି । ସେହି କମ୍ପାନୀଗୁଡ଼ିକ ମଧ୍ୟରେ ଇନ୍‌ଫୋସିସ୍‌, ମାଇଣ୍ଡ ଟ୍ରିି, ମାଇଣ୍ଡ ଫାୟାର୍‌, ଇନୋସିସ୍‌, ୱେ ଇଣ୍ଡିଆ, ସଦ୍ୟୋଗୀ, ଡିସ୍‌କଭର୍‌, ଫ୍ଲାଇ ୱେବ୍ ଆଇଟି ସଲ୍ୟୁସନ, ସ୍ୱାଧୀନ ଆଇଟି ସଲ୍ୟୁସନ, କାଟାଲିଷ୍ଟ ଓ ଟେକ୍ ମହିନ୍ଦ୍ରା ଅନ୍ୟତମ । ଏଥିରେ ହଜାର ହଜାର ଯୁବକଯୁବତୀ କାର୍ଯ୍ୟ କରୁଛନ୍ତି । ଏବେ ଆଉ ୧୭ କମ୍ପାନୀ ଓଡ଼ିଶା ଆସୁଛନ୍ତି । ଏଥିରେ ଆଇବିଏମ୍ ବକ୍ସ ସର୍ବାଗ୍ରେ ରହିଛି । ଦୁଇ ମାସ ଭିତରେ ଏହି ଆଇଟି କମ୍ପାନୀ ଆସି ଅଫିସ ଖୋଲିବ । ଫଳରେ ଏଥିରେ କାର୍ଯ୍ୟ କରିବେ ବହୁ କର୍ମଚାରୀ । ପରେ ପରେ ବିପିଓ ଓ କେପିଓ ଭଳି ବଡ଼ ଆଇଟି ସଂସ୍ଥା ଆସିବାକୁ ସମ୍ମତ୍ତି ଜଣାଇଛନ୍ତି । ଏହାର ମୂଳକାରଣ ହେଉଛି ରାଜ୍ୟ ସରକାର ବଡ଼ ଧରଣର ଭଡ଼ା ହ୍ରାସ କରିଥିବାରୁ ଅଧିକାଂଶ କମ୍ପାନୀ ଓଡ଼ିଶା ମୁହାଁ ହୋଇଛନ୍ତି । ସବୁ କମ୍ପାନୀ ଆସିବା ପରେ ଆଇଟି ହବ୍ ଭାବେ ପ୍ରତିଷ୍ଠା ହାସଲ କରିବ ରାଜଧାନୀ ଭୁବନେଶ୍ୱର । ତେଣୁ ରାଜ୍ୟ ସରକାର କିଛି ଜରୁରୀ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ ରାଜ୍ୟର ସବୁ କଲେଜ ଓ ସ୍କୁଲରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ପାଠପଢ଼ା ଆରମ୍ଭ ହେବ । ଏନେଇ ଖୁବ୍‌ଶୀଘ୍ର ଘୋଷଣା ହେବ ବୋଲି ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking