30.1 C
Bhubaneswar
Sunday, May 19, 2024
Homeଓଡିଶାକନ୍ଧମାଳ ହିଂସାକାଣ୍ଡକୁ ୧୩ ବର୍ଷ ବିତିଲା : ପଲିଥିନ୍ ତଳେ ବିତୁଛି ୯ ଜଣଙ୍କ ଜୀବନ

କନ୍ଧମାଳ ହିଂସାକାଣ୍ଡକୁ ୧୩ ବର୍ଷ ବିତିଲା : ପଲିଥିନ୍ ତଳେ ବିତୁଛି ୯ ଜଣଙ୍କ ଜୀବନ

ଫିରିଙ୍ଗିଆ:  କନ୍ଧମାଳ ହିଂସାକାଣ୍ଡକୁ ୧୩  ବର୍ଷ ବିତିଲାଣି । ୨୦୦୮ ମସିହାରେ ହିଂସାକାଣ୍ଡରେ ଘରଦ୍ୱାରା ସବୁ ଛାରଖାର ହୋଇଥିବା ଏକ ପରିବାର ଆଜି ସଂପୂର୍ଣ୍ଣଭାବେ ପାଲଟିଛନ୍ତି ଅସହାୟ । ୧୩ ବର୍ଷ ହେଲା ସରକାରୀ ସହାୟତା ପାଇଁ ଆବେଦନ କରି ଆସୁଛନ୍ତି କିନ୍ତୁ କିଛି ମଧ୍ୟ ଫଳପ୍ରଦ ହୋଇନାହିଁ । ଫଳରେ ପିଲିଥିନ୍ ତଳେ ଏହି ପରିବାରର ୯ ଜଣ କୁଟୁମ୍ବ ଜୀବନ ବିତାଉଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲଗୁଡା ପଞ୍ଚାୟତର ତାମ୍ବିସୁଗା ଗ୍ରାମରେ । ଗ୍ରାମର ବସନ୍ତ କହଁର ନାମକ ଏହି ଅସହାୟ ବ୍ୟକ୍ତି ବର୍ତ୍ତମାନ ତାଙ୍କ ସ୍ତ୍ରୀ ଓ ପରିବାରର ଅନ୍ୟ ୯ ଜଣ ସଦସ୍ୟଙ୍କୁ ଧରି ଏକ ଭଙ୍ଗା କୁଡିଆରେ ବସବାସ କରୁଛନ୍ତି । ଆର୍ଥିକ ଅନଟନରେ  ପାଇଁ ପରିଣତ ବୟସରେ ମଧ୍ୟ ଏହି ଆଦିବାସୀ ପରିବାର କୁଲିମଜୁରି କରି ନିଜ ପରିବାର ପରିପୋଷଣ କରିଆସୁଛନ୍ତି । ଏମାନଙ୍କର ବି ଘରଦ୍ୱରା ସବୁକିଛି ଥିଲା । କିନ୍ତୁ ୨୦୦୮ ମସିହାରେ କନ୍ଧମାଳ ଜିଲ୍ଲାରେ ହୋଇଥିବା ହିଂସାକାଣ୍ଡରେ ସବୁକିଛି ଜଳିଗଲା ।

ସେଦିନଠାରୁ ଆଜିପର୍ଯ୍ୟନ୍ତ ସରକାରୀ ସହାୟତା କହିଲେ କେବଳ ଚାଉଳ ମୁଠାଏ ଛଡା ଅନ୍ୟକିଛି ପାଇପାରୁ ନାହାଁନ୍ତି ବସନ୍ତଙ୍କ ପରିବାର। ସହାୟତା ପାଇଁ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କ  ଠାରୁ  ପ୍ରଶାସନିକ ଅଧିକାରୀଙ୍କ ପାଖକୁ ଦୌଡ଼ୁଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ସବୁ ସ୍ତରରେ କେବଳ ମିଳିଛି ପ୍ରତିଶ୍ରୁତି । ତାହା ମଧ୍ୟ ମିଛ ପ୍ରତିଶ୍ରୁତି ବୋଲି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ବସନ୍ତ । ବସନ୍ତଙ୍କ ଅଭିଯୋଗ ପ୍ରକାରେ , ଦୀର୍ଘ ବର୍ଷ ହେଲା ତାଙ୍କ ନା ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ସମାଜିକ ଅର୍ଥଭିତ୍ତିକ ଜନଗଣନା ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ନୂତନ ଭାବରେ ଆବେଦନ କରି ଇତି ମଧ୍ୟରେ ଅନେକ ହିତାଧିକାରୀ ସହାୟତା ପାଇସାରିଲେଣି। କିନ୍ତୁ ଆଜି ପର୍ଯ୍ୟନ୍ତ ଦୁଃଖ ଶୁଣିବାକୁ କେହି ନାହାନ୍ତି ବୋଲି ପ୍ରକାଶ କରିଛନ୍ତି । ଏମିତିକି ବସନ୍ତଙ୍କ ପରିବାରର ଦୁଃଖ ଦେଖି ଅଞ୍ଚଳବାସୀ ମଧ୍ୟ ପ୍ରଶାସନ ପାଖରେ ପ୍ରକାଶ କରିଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ କୌଣଷି ସୁଫଳ ମିଳିପାରୁନାହିଁ । ଅନ୍ୟପଟେ ଏହି ବିଷୟରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ବସନ୍ତଙ୍କ ସମସ୍ୟାକୁ ହୃଦ୍‌ବୋଧ କରିବା ସହ ଆଗାମୀ ଦିନରେ କରୋନା କଟକଣା କୋହଳ ହେବା ପରେ ଏହି ଅସହାୟ ଗରିବ ବସନ୍ତଙ୍କ ପରିବାରକୁ ଘର ଖଣ୍ଡେ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking