31.1 C
Bhubaneswar
Wednesday, March 5, 2025
Homeଦେଶ ବିଦେଶଭୟାବହ ଅଗ୍ନିକାଣ୍ଡ : ୧୩ ମୃତ, ୨୧ ଗୁରୁତର

ଭୟାବହ ଅଗ୍ନିକାଣ୍ଡ : ୧୩ ମୃତ, ୨୧ ଗୁରୁତର

ଢାକା : ବାଂଲାଦେଶରେ ଏକ ବେଆଇନ ପ୍ଲାଷ୍ଟିକ କାରଖାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ତେବେ ଏହି ଅଗ୍ନିକାଣ୍ଡରେ ୧୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଢାକା ନିକଟ କେରାନିଗାଞ୍ଜରେ ପ୍ରାଇମ ପେଣ୍ଟଟ ପ୍ଲାଷ୍ଟିକ ଲିମିଟେଡ ନାମକ ଏକ ପ୍ଲାଷ୍ଟିକ କମ୍ପାନୀର କାରଖାନାରେ ନିଆଁ ଲାଗିଯିବା ଫଳରେ ୧୩ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ସହ ୨୧ଜଣ ଗୁରୁତର ଅଛନ୍ତି । ସମସ୍ତ ଗୁରୁତର ଥିବା ଶ୍ରମିକଙ୍କୁ ଢାକା ସ୍ଥିତ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ତେବେ ପ୍ଲାଷ୍ଟିକ କାରଖାନାରେ ଦୈନିକ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୩୦୦ ଶ୍ରମିକ କାମ କରନ୍ତି । କିନ୍ତୁ ଅଗ୍ନିକାଣ୍ଡ ହେବା ସମୟରେ ପ୍ରାୟ ୧୫୦ଜଣ ଶ୍ରମିକ କାମ କରୁଥିଲେ । କାରଖାନାରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରେ ପୁରୁଷ ଓ ମହିଳା ସାମିଲ ଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking