34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶରାନୁ ମଣ୍ଡଳଙ୍କ କଥା ପଚାରିବାରୁ ରାଗି ଗଲେ ହିମେଶ, କ'ଣ କହିଲେ ଜାଣନ୍ତୁ...

ରାନୁ ମଣ୍ଡଳଙ୍କ କଥା ପଚାରିବାରୁ ରାଗି ଗଲେ ହିମେଶ, କ'ଣ କହିଲେ ଜାଣନ୍ତୁ…

ମୁମ୍ବାଇ: ରେଲଓ୍ୱେ ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳ ରାତାରାତି ସିଙ୍ଗିଙ୍ଗ୍ ସେନସେସନ ପାଲଟିବା ପରେ ହିମେଶ ରଶମିୟାଁ ତାଙ୍କୁ ରାତାରାତି ସୁପରଷ୍ଟାର କରି ଦେଇଛନ୍ତି । ହିମେଶଙ୍କ ଫିଲ୍ମରେ ରାନୁ ଗୀତ ଗାଇ ସାରିଛନ୍ତି । ଗତ କିଛି ମାସ ହେବ ରାନୁଙ୍କ ବ୍ୟବହାରକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଥିଲା । ରାନୁ ମଣ୍ଡଳଙ୍କ ଏଭଳି ବ୍ୟବହାର ଲାଗି ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଏକ ସାକ୍ଷାତକାରରେ ରାନୁ ମଣ୍ଡଳଙ୍କ ସଂପର୍କରେ ହିମେଶଙ୍କୁ କିଛି ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନ ଶୁଣିବା ପରେ ହିମେଶ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ‘ମୁଁ କ’ଣ ତାଙ୍କ ମ୍ୟାନେଜର’। ସେ ଆହୁରି ମଧ୍ୟ କହିଥିଲେ କେବଳ ରାନୁ ମଣ୍ଡଳଙ୍କୁ ନୁହେଁ ବହୁ କଳାକାରଙ୍କୁ ବଲିଉଡ୍‌ରେ ହିମେଶ ସୁଯୋଗ ଦେଇଛନ୍ତି। ଏହା ସହ ରାନୁଙ୍କୁ ମଧ୍ୟ ସେ ପ୍ରଂଶସା କରିଥିଲେ।ହିମେଶଙ୍କ ଆଗାମୀ ପ୍ରୋଜେକ୍ଟରେ ରାନୁ ମଣ୍ଡଳ ସାମିଲ ହେବେ କି ବୋଲି ତାଙ୍କୁ ପ୍ରଶ୍ନ ପଚରା ଯାଇଥିଲେ। ଉତ୍ତରରେ ହିମେଶ କହିଥିଲେ ରାନୁଙ୍କ ଗୀତ ବହୁତ ସୁନ୍ଦର। ବଲିଉଡ୍‌ର ବହୁ ସଂଗୀତ ନିର୍ଦ୍ଦେଶକ ତାଙ୍କ ଗୀତକୁ ପସନ୍ଦ କରନ୍ତି। ତେଣୁ ଆଗାମୀ ଦିନରେ ରାନୁଙ୍କୁ କାମ ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking