35 C
Bhubaneswar
Tuesday, June 25, 2024
Homeଓଡିଶାକଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ

କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ

ମାଲକାନଗିରି: ୪ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ପାଳନ କରାଯାଉଛି। ଆଜି ଜିଲ୍ଲାର ଅଧିକାଂଶ ସ୍ଥାନରେ ବନ୍ଦର ପ୍ରଭାବ ପରିଲକ୍ଷିତ ହେଉଛି। ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ଏହି ବନ୍ଦ ପାଳନ କରାଯାଉଛି। କଂଗ୍ରେସ ନଗର ସଭାପତି ଜି.ଶ୍ରୀନିବାସ ରାଓ, ମାଲା ମାଢ଼ି, ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣଚନ୍ଦ୍ର ଅନୁଗୁ, ମଙ୍ଗୁ ଖୀଲ, ଧର୍ନୁଜୟ ହନ୍ତାଳ, ଭୀମା ବାରସେ, ପ୍ରାଣକୃଷ୍ଣ ମଣ୍ଡଳ, ପଦ୍ମ ପାଙ୍ଗୀ, ପର୍ଶୁରାମ ଭକ୍ତ, ପୁଷ୍ପା କବାସୀ, ଇଶାକ ଖୋସଲା, ଶ୍ୟାମ ସେଠୀ ପ୍ରମୁଖ କଂଗ୍ରେସ ନେତା ଏହି ବନ୍ଦ ପାଳନ ସମୟରେ ସକ୍ରିୟ ଥିବା ଜଣାଯାଇଛି।

ମାଲକାନଗିରି ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି ଓ ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ କଂଗ୍ରେସ ଦଳ ପକ୍ଷରୁ ଦାବି କରାଯାଇଥିବା ବେୟଳେ ତାହାର‌ କୌଣସି ସମାଧାନ ହୋଇପାରିନାହିଁ। ମାଲକାନଗିରି ଜିଲ୍ଲାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ କଂଗ୍ରେସ ପକ୍ଷରୁ ଡାକରା ଦିଆଯାଇଛି। ଦଳ ପକ୍ଷରୁ ଗାଡି ଚଳାଚଳ ଠାରୁ ଆରମ୍ଭ କରି ବିଦ୍ୟାଳୟ, ଦୋକାନ, ବଜାର, ସରକାରୀ ଓ ବେସରକାରୀ ସମସ୍ତ ଅନୁଷ୍ଠାନ ବନ୍ଦ କରାଯାଉଥିବା ଜଣାଯାଇଛି।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ୨୦୧୮ ମସିହାରେ ମାଲକାନଗିରି ଠାରେ ୭ ମହଲା ବିଶିଷ୍ଟ ଚିକିତ୍ସାଳୟ ଶୁଭାରମ୍ଭ ହେଲା କିନ୍ତୁ ଡାକ୍ତର ଅଭାବ ପୂରଣ ହୋଇପାରୁନାହିଁ। କେବଳ ଯେ ଡାକ୍ତର ନୁହେଁ ତା ସହିତ ନର୍ସିଂ ଅଫିସର, ସ୍ବାସ୍ଥ୍ୟକର୍ମୀ ଓ ବିଶେଷଜ୍ଞ ପଦବୀ ଖାଲି ପଡିଛି। ଏଥିସହ ମାଲକାନଗିରି ଜିଲ୍ଲାରେ ୧୩୦ରୁ ଅଧିକ ଡାକ୍ତର ପଦବୀ ଖାଲି ପଡିଛି। ଜିଲ୍ଲାରେ ସ୍ବାସ୍ଥ୍ୟବସ୍ଥା ଭୁଷୁଡି ପଡିଥିବା ବେରଳେ ଲୋକେ ଚିକିତ୍ସା ପାଇଁ ପଡୋଶୀ ରାଜ୍ୟକୁ ଯିବାକୁ ପଡୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking