27.1 C
Bhubaneswar
Friday, July 11, 2025
Homeଓଡିଶାଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି: ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ‌ଦେଇଛି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି। ଏଠାରେ ଆଜି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ଆଜି ସକାଳୁ ସକାଳୁ ବନ୍ଦର ପ୍ରଭାବ ପରିଲକ୍ଷିତ ହେଉଛି। କଣ୍ଟାବାଞ୍ଜିରେ ଯାନବାହନ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ଏହାଛଡ଼ା ବ୍ୟାଙ୍କ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିବ ବୋଲି କୁହାଯାଇଛି। ତୁରେକେଲା, ମୁରିବାହାଲ, ବଙ୍ଗୋମୁଣ୍ଡା ମଧ୍ୟ ଏହି ଦାବିକୁ ସମର୍ଥନ କରି ବନ୍ଦ ପାଳନ କରିଛି। ଜରୁରୀ କାଳୀନ ସେବା ଏବଂ ଯେଉଁ ସ୍କୁଲ କଲେ ରେ ପରୀକ୍ଷା ଚାଲୁଛି ତାହାକୁ ବନ୍ଦରୁ ବାଦ ଦିଆଯାଇଛି। ବନ୍ଦ ପାଳନରେ ସହରର ବିଭିନ୍ନ ସଂଗଠନ ଏବଂ ରାଜନୈତିକ ଦଳ ବି ସାମିଲ ହୋଇଥିବା ଜଣାଯାଇଛି। ଆଜି ସକାଳେ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବିଭିନ୍ନ ସ୍ଥାନରେ ବନ୍ଦକୁ ସମର୍ଥନ ଦେବାକୁ ଅନୁରୋଧ କରୁଛନ୍ତି। ଏହାଫଳରେ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking