28.1 C
Bhubaneswar
Thursday, May 2, 2024
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୨ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୨ ମୃତ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । କିଛି ଶ୍ରମିକଙ୍କୁ ନେଇ ଯାଉଥିବା ସମୟରେ ଏକ ଟ୍ରକ୍ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାର ସମୃଦ୍ଧି ରାଜମାର୍ଗ ପରିଯୋଜନା ପାଇଁ ଶ୍ରମିକଙ୍କୁ ଟ୍ରକରେ ନିଆଯାଉଥିଲା । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ସିନ୍ଧଖେଡ଼ାଜା ମେହକର ରୋଡ଼ ନିକଟସ୍ଥ ଦୂସରବୀଦ ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଛି । ନାଗପୁର-ମୁମ୍ବାଇ ସମୃଦ୍ଧି ଏକ୍ସପ୍ରେସ୍ ପ୍ରୋଜେକ୍ଟ କାର୍ଯ୍ୟ ପାଇଁ ଶ୍ରମିକ ପାଇଁ ଯାଉଥିଲେ । ତେବେ ଏହି ଟ୍ରକରେ ମୋଟ ୧୬ ଜଣ ଶ୍ରମିକ ଯାଉଥିବା ବେଳେ ଏହି ହାଦସା ଘଟିଥିଲା । ତେବେ ଟ୍ରକଟି ଦ୍ରୁତଗତିରେ ଥିବାରୁ ରାସ୍ତା ମଝିରେ କୌଣସି କାରଣରୁ ଓଲଟି ପଡ଼ିଥିଲା । ତେବେ ଦୁର୍ଘଟଣାରେ ଅତିକମରେ ୧୨ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟମାନେ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ମିଳିବା ପରେ କିଙ୍ଗଗାଓଁ ରାଜା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଆହତଙ୍କ ମଧ୍ୟରେ କିଛି ଶ୍ରମିକଙ୍କୁ ଜାଲନା ଜିଲ୍ଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ବିହାର ଓ ଉତ୍ତରପ୍ରଦେଶର ବୋଲି ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking