ଭୁବନେଶ୍ୱର : ପୂର୍ବ ସରକାରରେ ୧୧ ହଜାର ୪୩୨ଟି କ୍ଷୁଦ୍ରଶିଳ୍ପ ବନ୍ଦ ହୋଇଛି । ବିଧାୟକ ଚକ୍ରମମି କହଁରଙ୍କ ପ୍ରଶ୍ନରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଉତ୍ତର । କରୋନା ସମୟରେ ୩ ହଜାର ୨୦୭ଟି କ୍ଷୁଦ୍ରଶିଳ୍ପ ବନ୍ଦ ହୋଇଛି । ସର୍ବାଧିକ ବାଲେଶ୍ୱରରେ ୫୬୭,ଗଂଜାମରେ ୪୮୪ କ୍ଷୁଦ୍ରଶିଳ୍ପ ବନ୍ଦ । ସମ୍ବଲପୁରରେ ୩୨୧, ବଲାଙ୍ଗୀରରେ ୨୮୮ କ୍ଷୁଦ୍ରଶିଳ୍ପ ବନ୍ଦ । ଭୁବନେଶ୍ୱରରେ ୨୮୪ଟି କ୍ଷୁଦ୍ରଶିଳ୍ପ ବନ୍ଦ ଥିବା ମନ୍ତ୍ରୀଙ୍କ ସୂଚନା । ଏହିସବୁ କ୍ଷୁଦ୍ରଶିଳ୍ପ ପୁନଃ ଚାଲୁ କରିବାକୁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ।