29.1 C
Bhubaneswar
Thursday, January 23, 2025
Homeଓଡିଶା୧୧ ମାଇକ୍ରୋ କଣ୍ଟେନମେଣ୍ଟ, ୪ କଣ୍ଟେନମେଣ୍ଟ ଅଞ୍ଚଳ

୧୧ ମାଇକ୍ରୋ କଣ୍ଟେନମେଣ୍ଟ, ୪ କଣ୍ଟେନମେଣ୍ଟ ଅଞ୍ଚଳ

ଭୁବନେଶ୍ୱର: ରାଜଧାନୀରେ ପ୍ରତ୍ୟେକ ଦିନ ଏକାଧିକ ଅଞ୍ଚଳକୁ ଭୁବନେଶ୍ୱର ମହାନଗର ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଏବଂ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଉଛି । ଏହି କ୍ରମରେ ମଙ୍ଗଳବାର ସହରର ୧୧ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଏବଂ ୪ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଦକ୍ଷିଣ-ପୂର୍ବ ଜୋନର ୬ଟି ଅଞ୍ଚଳ ଏଥିରେ ରହିଛି । ୟୁନିଟ୍‌-୩ସ୍ଥିତ ପ୍ଲଟ୍ ନଂ ୨୮୧, ନ୍ୟୁ ଏଜି କଲୋନୀର ଟାଇପ୍‌-୨ କ୍ୱାଟର ନଂ ୪୪୮, ୟୁନିଟ୍‌-୯ସ୍ଥିତ ଇଡ଼େକୋ କଲୋନୀର କ୍ୱାଟର ନଂ ୩/୧୩, ନାଗେଶ୍ୱର ଟାଙ୍ଗୀର ପ୍ଳଟ୍ ନଂ ୫୧୦, ଗ୍ୟାରେଜ ଛକ ନିକଟବର୍ତ୍ତୀ ପ୍ଲଟ୍ ନଂ-୨୪୨୧ ଏବଂ ପୁରୁଣା ଭୁବନେଶ୍ୱର ଅନ୍ତର୍ଗତ ଗୌରୀ ନଗରର ଲେନ୍ ନଂ-୧ ସ୍ଥିତ ପ୍ଲଟ୍ ନଂ ୨୪୬୯କୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

ଅନ୍ୟପଟେ ଦକ୍ଷିଣ-ପଶ୍ଚିମ ଜୋନର ୱାର୍ଡ଼ ନଂ ୫୦ ଅନ୍ତର୍ଗତ ବରମୁଣ୍ଡାସ୍ଥିତ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ବରମୁଣ୍ଡା ଶାଖା, ୱାର୍ଡ଼ ନଂ-୩୮ ଅର୍ନ୍ତଗତ ନୟାପଲ୍ଲୀ ବେହେରା ସାହି ସ୍ଥିତ  ପ୍ଲଟ୍ ନଂ ୭୨୪(ପି), ୱାର୍ଡ଼ ନଂ-୪୯ ଅର୍ନ୍ତଗତ ଖଣ୍ଡଗିରି ବିହାରର ଲେନ୍ ନଂ ୫ର ପ୍ଲଟ୍ ନଂ ୬୧, ୱାର୍ଡ଼ ନଂ ୬୨ର ପୋଖରୀପୁଟ୍ ସ୍ଥିତ ନ୍ୟୁ କଲୋନୀର ପ୍ଲାଟ୍ ନଂ ୪୦୪/୮୧୬ ଏବଂ ୱାର୍ଡ଼ ନଂ ୬୩ ଅନ୍ତର୍ଗତ ଜାଗମରାସ୍ଥିତ ମଲ୍ଲିକ କମ୍ପେ୍ଲକ୍ସର ଲେନ୍ ନଂ-୪ର ଫ୍ଲାଟ୍ ନଂ ୫୧୪/୩୨୮୧କୁ ମଧ୍ୟ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ମହାନଗରର ଉତ୍ତର ଜୋନର ୱାର୍ଡ଼ ନଂ-୧୪ ଅନ୍ତର୍ଗତ ନୀଳାଦ୍ରୀ ବିହାରର ସେକ୍ଟର-୫ର ପିଏନ୍‌-୨୬୫ ୱାର୍ଡ଼ ନଂ-୧୩ର ଚନ୍ଦ୍ରଶେଖରପୁରସ୍ଥିତ ବିଡ଼ିଏ କଲୋନୀର ପ୍ଲଟ୍ ନଂ ଏଲଆଇଜି-୨/୯, ୱାର୍ଡ଼ ନଂ ୫ର ଚକେଇସିଆଣିସ୍ଥିତ ଶିବମନ୍ଦିର ନିକଟସ୍ଥ ପିଏନ୍‌-୧୨୩୪/୨ ଏବଂ ମଙ୍ଗଳା ମନ୍ଦିର ନିଟବର୍ତ୍ତୀ ପିଏନ୍‌-୨୮୫/୩୦ ଆଦି ୪ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking