33.1 C
Bhubaneswar
Monday, February 17, 2025
Homeକରୋନାକରୋନା : ଆମେରିକାରେ ୧୧ ଭାରତୀୟ ମୃତ, ୧୬ ଆକ୍ରାନ୍ତ

କରୋନା : ଆମେରିକାରେ ୧୧ ଭାରତୀୟ ମୃତ, ୧୬ ଆକ୍ରାନ୍ତ

ନୂଆଦିଲ୍ଲୀ : ଆମେରିକାରେ ଭୟଙ୍କର ରୂପ ନେଇଥିବା କରୋନା ଭୂତାଣୁ ଯୋଗୁ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଏହାମଧ୍ୟରେ ଆମେରିକାରେ ରହୁଥିବା ୧୧ ଭାରତୀୟ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ସେହିପରି ଅନ୍ୟ ୧୬ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ୧୧ ମୃତକ ପୁରୁଷ ବୋଲି ଜଣାପଡ଼ିଛି। ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି। ମୃତକଙ୍କ ମଧ୍ୟରୁ ୧୦ ଜଣ ନ୍ୟୁୟର୍କ ସହରରେ ରହୁଥିଲେ। ଅନ୍ୟ ଜଣେ ନ୍ୟୁ ଜର୍ସୀରେ ଥିଲେ। ନ୍ୟୁୟର୍କ ସହର ଆମେରିକାରେ କରୋନାର କେନ୍ଦ୍ରସ୍ଥଳ ରୂପେ ଚିହ୍ନଟ ହୋଇଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୩୮ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ନ୍ୟୁଜର୍ସୀ ସହରରେ ଏଯାଏ ୧୫୦୦ ଲୋକଙ୍କ ପ୍ରାଣହାନୀ ହୋଇଛି। ୪୮ ହଜାର ସଂକ୍ରମିତ ହୋଇଛନ୍ତି। ୧୬ ଭାରତୀୟ ଆକ୍ରାନ୍ତଙ୍କୁ ହୋମ୍ କ୍ବାରେଣ୍ଟାଇନରେ ରଖାଯାଇଛି। ଏମାନେ ସମସ୍ତେ ଉତ୍ତରାଖଣ୍ଡ, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। ଆମେରିକାରେ ରହୁଥିବା ଭାରତୀୟମାନଙ୍କୁ ସହାୟତା ଲାଗି ଭାରତୀୟ ଦୂତାବାସର ଅଧିକାରୀମାନେ ସ୍ଥାନୀୟ ଅଧିକାରୀଙ୍କ ସହିତ ମିଶି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking