27.1 C
Bhubaneswar
Saturday, July 27, 2024
Homeଓଡିଶାୱେବସାଇଟରେ ଉପଲବ୍ଧ ହେଲା ସୁପ୍ରିମକୋର୍ଟଙ୍କ ୧୦୦ଟି ରାୟର ଓଡ଼ିଆ ଅନୁବାଦ

ୱେବସାଇଟରେ ଉପଲବ୍ଧ ହେଲା ସୁପ୍ରିମକୋର୍ଟଙ୍କ ୧୦୦ଟି ରାୟର ଓଡ଼ିଆ ଅନୁବାଦ

କଟକ: ଓଡ଼ିଶା ହାଇକୋର୍ଟ ଇତିହାସରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ସୁପ୍ରିମକୋର୍ଟଙ୍କର ଉଲ୍ଲେଖନୀୟ ୧୦୦ଟି ରାୟ ଓଡ଼ିଆ ଭାଷାରେ ଅନୁବାଦ ହୋଇ ଏବେ ହାଇ‌କୋର୍ଟଙ୍କ ୱେବସାଇଟରେ ଉପଲବ୍ଧ ହୋଇଛି। ଫଳରେ ହାଇକୋର୍ଟ ୱେବସାଇଟରୁ ଜଣେ ବ୍ୟକ୍ତି ଓଡ଼ିଆ ଭାଷାରେ ଅନୁଦିତ ସୁପ୍ରିମକୋର୍ଟଙ୍କ ରାୟ ସବୁ ପଢି ପାରିବ। ହାଇକୋର୍ଟ ୱେବସାଇଟର ‘ଜଜ୍‌ମେଣ୍ଟସ୍ ଇନ୍ ଭର୍ଣ୍ଣାକୁଲାର ଲାଙ୍ଗୁଏଜ୍'(ସ୍ଥାନୀୟ ଭାଷା‌ରେ ଅନୁଦିତ ରାୟସମୂହ) ଶୀର୍ଷକ ସ୍ଥାନରେ ଓଡ଼ିଆ ଭାଷାରେ ଅନୁଦିତ ସୁପ୍ରିମକୋର୍ଟଙ୍କ ରାୟ ସବୁ ଉପଲବ୍ଧ ହେଉଛି। ଏଥି ସହିତ ହାଇକୋର୍ଟଙ୍କ ୨୭ଟି ଓଡ଼ିଆ ଭାଷାରେ ଅନୁଦିତ ରାୟ ମଧ୍ୟ ଏଠାରେ ଉପଲବ୍ଧ ରହିଛି। ଓଡ଼ିଆରେ ଅନୁବାଦ ହୋଇଥିବା ରାୟ ସହିତ ମୂଳ ଇଂରାଜୀ ରାୟ ମଧ୍ୟ ଉପଲବ୍ଧ ରହିଛି। ସାଧାରଣ ଲୋକ ଅନେକ ସମୟରେ ଅଦାଲତି ରାୟ ବୁଝି ପାରି ନଥାନ୍ତି। ଆଇନରେ ଥିବା ସବୁ ଶବ୍ଦର ଅର୍ଥ ବୁଝିବା କଷ୍ଟ ହୋଇଥାଏ। କିନ୍ତୁ ମାତୃଭାଷାରେ ରାୟର ଅନୁବାଦ ଉପଲବ୍ଧ ହେବା ଦ୍ବାରା ଏବେ ସାଧାରଣ ଲୋକ ସହଜରେ ଅଦାଲତି ରାୟକୁ ବୁଝି ପାରିବେ। ଏଥି ସହିତ ନ୍ୟାୟିକ ପ୍ରକ୍ରିୟା ‌ସେମାନଙ୍କ ପାଇଁ ଆଉ ଅଡୁଆ ପାଠ ହୋଇ ରହିବ ନାହିଁ ବୋଲି ଆଶା କରାଯାଇଛି। ୨୦୨୩, ଫେବ୍ରୁଆରି ୩ରେ ରାଜ୍ୟର ୧୦ଟି ଜିଲ୍ଲାରେ ହାଇକୋର୍ଟଙ୍କ ପକ୍ଷରୁ ପ୍ରତିଷ୍ଠିତ ଭର୍ଚୁଆଲ କୋର୍ଟ ଉଦଘାଟନ କରିବା ଅବସରରେ ଭର୍ଚୁଆଲ ବ୍ୟବସ୍ଥାରେ ଯୋଗ ଦେଇ ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଗ୍ରହଣ କରାଯାଇଥିବା ‘ଇ-ଇନିସିଏଟିଭ୍‌’ର ପ୍ରଶଂସା କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟର ବିଭିନ୍ନ ଆଞ୍ଚଳିକ ଭାଷାରେ ଅନୁବାଦ ପାଇଁ ମାଡ୍ରାସ ଆଇଆଇଟି ସହଯୋଗରେ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପ୍ରଧାନ ବିଚାରପତି କହିଥିଲେ। ଓଡ଼ିଶା ହାଇକୋର୍ଟ ଏହାର ରାୟର ଓଡ଼ିଆ ଅନୁବାଦ ପାଇଁ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ପ୍ରଧାନ ବିଚାରପତି ଏହି ଅବସରରେ ଆଶା ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking