18.1 C
Bhubaneswar
Saturday, November 23, 2024
Homeଓଡିଶା୧୦୦ କୋଟିର ସାଇବର ଠକେଇ, ୬୬ ଗିରଫ

୧୦୦ କୋଟିର ସାଇବର ଠକେଇ, ୬୬ ଗିରଫ

ଚଣ୍ଡିଗଡ଼ : ହରିୟାଣା ପୁଲିସ ନିକଟରେ ନୁହ୍ ଜିଲ୍ଲାରେ ଚଢଉ କରି ୧୦୦ କୋଟି ଟଙ୍କାର ସାଇବର ଠକ ଗ୍ୟାଙ୍ଗ୍‌କୁ ଠାବ କରିବା ସହ ୬୬ ଜଣଙ୍କୁ ଗିରଫ କରିଛି । ଏପ୍ରିଲ ୨୮ ରାତିରେ ପ୍ରାୟ ୫ ହଜାର ପୁଲିସ କର୍ମୀଙ୍କୁ ନେଇ ଗଠିତ ୧୦୨ଟି ଟିମ୍ ଉକ୍ତ ଜିଲ୍ଲାର ୧୪ଟି ସ୍ଥାନରେ ଚଢଉ କରିଥିଲା । ୧୨୫ ସନ୍ଦିଗ୍ଧ ସାଇବର ଠକ୍‌ଙ୍କୁ ଅଟକ ରଖାଯାଇ ଜେରା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୬ ଜଣଙ୍କୁ ଗିରଫ କରାଯଇଛି ବୋଲି ନୁହ୍ ଏସ୍‌ପି ସୂଚନା ଦେଇଛନ୍ତି ।

ଅଭିଯୁକ୍ତଙ୍କ ନିକଟରୁ ୧୬୬ଟି ଜାଲ୍ ଆଧାରକାର୍ଡ, ୧୨୮ ଏଟିଏମ କାର୍ଡ, ୬୬ ମୋବାଇଲ ଫୋନ, ୯୯ ସିମ୍‌କାର୍ଡ, ୫ଟି ପ୍ୟାନ୍‌କାର୍ଡ, ୫ଟି ପିଓଏସ ମେସିନ ଓ ୩ଟି ଲାପ୍‌ଟପ୍ ଜବତ କରାଯାଇଛି । ଅଭିଯୁକ୍ତମାନେ ହରିୟାଣା, ଉତ୍ତରପ୍ରଦେଶ, ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ସହସ୍ରାଧିକ ଲୋକଙ୍କୁ ଠକିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking