33.1 C
Bhubaneswar
Monday, June 24, 2024
Homeଅପରାଧନାବାଳିକା ଦୁଷ୍କର୍ମତ୍କାରୀକୁ ୧୦ବର୍ଷ କାରାଦଣ୍ଡ

ନାବାଳିକା ଦୁଷ୍କର୍ମତ୍କାରୀକୁ ୧୦ବର୍ଷ କାରାଦଣ୍ଡ

ରାଇରଙ୍ଗପୁର : ୨୦୧୬ ମସିହା ସେପ୍ଟେମ୍ବର ନାବାଳିକା ଦୁଷ୍କର୍ମ ଘଟଣା । ୧୦ ବର୍ଷ କାରାଦଣ୍ଡ ଭୋଗିଲା ଦୁଷ୍କର୍ମକାରୀ । ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ସୁମିତା ଜେନା ଆଜି ଏହି ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହାସହ ଦଣ୍ଡବିଧାନ ସ୍ଵରୂପ ୧୦ ବର୍ଷର କାରାଦଣ୍ଡ ଓ ୫ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୧ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ୧୪ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୋଲିସର ତଦନ୍ତ ରିପୋର୍ଟକୁ ଭିତ୍ତି କରି ବିଚାରପତି ଏହି ରାୟ ଶୁଣାଇଛନ୍ତି। ଏହା ବ୍ୟତିତ ପୀଡିତା ନାବାଳିକାକୁ କ୍ଷତିପୂରଣ ବାବଦରେ ୪ଲକ୍ଷ ଟଙ୍କା ସହାୟତା ଦେବାକୁ ଜିଲ୍ଲା ଆଇନ ସହାୟତା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ମାମଲାକୁ ପୋକ୍ସୋ କୋର୍ଟର ସ୍ବତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ସରକାରଙ୍କ ପକ୍ଷରୁ ମାମଲାକୁ ପରିଚାଳନା କରୁଥିଲେ ।

ତେବେ ଅପରାଧୀ ଜଣକ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ମାହାଲିବସା ଗ୍ରାମର ଯୋଗେନ୍ଦ୍ର ମାରାଣ୍ଡି (୨୭)। ସୂଚନା ଥାଉ କି ଗତ ୨୦୧୬ ମସିହା ସେପ୍ଟେମ୍ବର ୧୨ ତାରିଖରେ ଜନୈକା ନାବାଳିକା ଛେଳି ଖୋଜିବାକୁ ଜଙ୍ଗଲ ମଧ୍ୟକୁ ଯାଇଥିବା ବେଳେ ଅଭିଯୁକ୍ତ ଏକୁଟିଆ ପାଇ ନାବାଳିକାକୁ ଦୁଷ୍କର୍ମ କରିଥିଲେ। ଏକଥା କାହାକୁ ନ କହିବା ପାଇଁ ଧମକ ମଧ୍ୟ ଦେଇଥିଲା । ନାବାଳିକା ଜଣକ ଘରକୁ ଫେରି କାନ୍ଦି କାନ୍ଦି ନିଜ ମାଆଙ୍କୁ ସବୁକଥା ଜଣାଇବା ପରେ ପରିବାର ଲୋକେ ଖୁଣ୍ଟା ଥାନରେ ଲିଖିତ ଅଭିଯୋଗ କରିଥିଲେ। ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରି ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ସେହିପରି ଗତକାଲି ମଧ୍ୟ ଜଣେ ଦୁଷ୍କର୍ମକାରୀକୁ ୧୨ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଥିଲେ ମୟୂରଭଞ୍ଜ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ । ଗତକାଲି ଏକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ ପୂର୍ବକ ୧୨ବର୍ଷର ସଶ୍ରମ କାରାଦଣ୍ଡ ଓ ୨୦ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking