ଦିଲ୍ଲୀ : ଦିଲ୍ଲୀର ଖଜୁରୀ ଖାସ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି ଯେଉଁଥିରେ ସାରା ଅଞ୍ଚଳ ବାସୀ ଅଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅଞ୍ଚଳର ସିବ୍ଲକ ସ୍ଥିତ ମଦିନା ମସଜିଦ ଠାରେ ଇଟା ତଳୁ ଏକ ଶିଶୁ ର ଶବ ମିଳିଛି । ମୃତକ ଶିଶୁ ଟିର ନାମ ଫରହାନ ବୋଲି ଜଣା ପଡ଼ିଛି । ଯାହାର ବୟସ ୧୦ ବର୍ଷ ବୋଲି କୁହାଯାଉଛି । ମସଜିଦର ଉପର ମହଲାରେ ଇଟା ତଳେ ଶବକୁ ଚପାଯାଇ ରଖାଯାଇଥିଲା । ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସୁଚନାଯୋଗ୍ୟଯେ ଖଜୁରୀ ଖାସ ଥାନା ଅନ୍ତର୍ଗତ ସି ବ୍ଲକ ୧୧ ଠାରେ ସମିମ ନାମକ ବ୍ୟକ୍ତି ନିଜ ପରିବାର ସହ ରହୁଥିଲେ । ତାଙ୍କର ୪ ଜଣ ଶିଶୁଙ୍କ ମଧ୍ୟରୁ ଫରହାନ ସବୁଠରୁ ଛୋଟ ଥିଲା । ଯାହାର ବୟସ ୧୦ ବର୍ଷ ହେବ । ସେ ସବୁଦିନ ପାଖ ମସଜିଦକୁ କୁରାନ ପଢିବାକୁ ଯାଏ । ସେହିଦିନ ମଧ୍ୟ ସବୁଦିନ ଭଳି ସେ ମସଜିଦକୁ କୁରାନ ପଢିବାକୁ ଯାଇଥିଲା । କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲା । ଏହା ପରେ ପରିବାର ଲୋକ ଖୋଜା ଖୋଜି ଆରମ୍ଭ କରିଦେଇଥିଲେ । କିଛି ସମୟ ଖୋଜିବା ପରେ ଫରହାନକୁ ନପାଇବାରୁ ସେମାନେ ପୋଲିସକୁ ଖବର ଦେଇଥିଲେ ।
ପୋଲିସ ଖବର ପାଇ ନିଖୋଜ ଫରହାନକୁ ଖୋଜିବାରେ ଲାଗିପଡ଼ିଥିଲା । ସେମାନେ ମସଜିଦର ଉପର ମହଲାକୁ ପହଞ୍ଚିବା ପରେ ଫରହାନର ଶବ କୁ କିଏ ହତ୍ୟା କରି ଇଟା ତଳେ ଚାପି ରଖିଦେଇଥିବାର ଦେଖିବାକୁ ପାଇଥିଲା ।
ଖଜୁରୀ ଖାସ ଥାନା ପୋଲିସ ଡ଼ିଏସପିଙ୍କ କହିବା ଅନୁସାରେ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଅପରାଧୀକୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ ହୋଇଛି ଓ ମୃତକ ଫରହାନର ଶବ ବ୍ୟବଚ୍ଛେଦ ପରେ ହତ୍ୟାର କାରଣ ସ୍ପଷ୍ଟ ହୋଇପାରିବ ।