29.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗନାବାଳିକା ଦୁଷ୍କର୍ମ ପାଇଁ ଆଜୀବନ କାରାଦଣ୍ଡ

ନାବାଳିକା ଦୁଷ୍କର୍ମ ପାଇଁ ଆଜୀବନ କାରାଦଣ୍ଡ

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ବରେଲି ଠାରେ ଏକ ନିରୀହ ଶିଶୁ ସହ ଦୁଷ୍କର୍ମ କରିଥିବା ଦୋଷୀକୁ ଆଜୀବନ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜୋରିମନା ଦିଆଯାଇଛି । ଏହି ଦୁଷ୍କର୍ମ ମାମଲା ବରେଲିର ସିବି ଗଞ୍ଜ ଠାରେ ବୋଲି ଜଣା ପଡ଼ିଛି । ସୁଚନାଯୋଗ୍ୟ ଯେ ଶିଶୁଟି ସହ ୨୦୧୬ ଏପ୍ରିଲ ୨୮ତାରିଖରେ ଦୁଷ୍କର୍ମ କରାଯାଇଥିଲା । ସେହି ସମୟରେ ପିଡ଼ୀତାଙ୍କ ବୟସ ୮ ବର୍ଷ ଥିଲା । ବରେଲି ନ୍ୟାୟାଳୟର ପେସ୍କୋ ଧାରା ଅନ୍ତର୍ଗତର ବିଶେଷ ନ୍ୟାୟାଧୀଶ ଅନୀଲ କୁମାର ସେଠ , ଆରେପୀ ସୋମପାଲକୁ ଏହି ଦୁଷ୍କର୍ମ ମାମଲାରେ ଦୋଷୀ ବୋଲି ବିଚାର କରି ତାକୁ ଆଜୀବନ କାରାବାସ ଶୁଣାଇଛନ୍ତି ।
ମିଶନ ଶକ୍ତି ଅଭିଯାନ ଦ୍ୱାରା ୩ ମାସ ଭିତରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ଅପରାଧ ସମ୍ବନ୍ଧିତ ୧୩ ଟି ମାମଲାର ଶୁଣାଣୀ କରାଯାଇଛି । ଡ଼ିଜିପି ସୁନିତି ପାଠକଙ୍କ କହିବା ଅନୁସାରେ ୨୮ ଏପ୍ରିଲକୁ ପୀଡ଼ିତାଙ୍କ ବାପା ପୋଲିସରେ ଅଭିଯୋଗ କରାଇଥିଲେ ଓ ଏହି ଅଭିଯୋଗ ଅନୁସାରେ ଏହି ଅଭିଯୁକ୍ତ ଜଣକ ରାତିରେ ଶୋଇଥିବା ସମୟରେ ଶିଶୁକୁ ଉଠାଇ ନେଇଥିଲା ଓ ଏକ ଶୁନଶାନ ସ୍ଥାନରେ ବଳତ୍କାର କରିଥିଲା । ଏହି ଅଭିଯୋଗ ପରେ ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking