ଭୁବନେଶ୍ୱର: ରାଜ୍ୟର ୧୦ଜଣ ଏଏମ୍ଭିଆଇଙ୍କୁ ଅତିରିକ୍ତ ଆର୍ଟିଓ ପଦବୀକୁ ପଦୋନ୍ନତି ଦିଆଯାଇଛି । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ, ଆସିଷ୍ଟାଣ୍ଟ ମଟର ଭେହିକିଲ୍ ଇନ୍ସପେକ୍ଟର ଚିତ୍ତରଞ୍ଜନ ସାହୁଙ୍କୁ ଅତିରିକ୍ତ ଆର୍ଟିଓ ଭାବେ ପଦୋନ୍ନତି ଦିଆଯାଇଥିବା ବେଳେ ତାଙ୍କୁ ଭୁବନେଶ୍ୱର ଆର୍ଟିଓ-୧ରେ ନିଯୁକ୍ତି ମିଳିଛି । ସେହିପରି ଅଶୋକ କୁମାର ପାଣିଗ୍ରାହୀ ଅତିରିକ୍ତ ଆର୍ଟିଓ ପଦବୀକୁ ପଦୋନତି ପାଇବା ପରେ ତାଙ୍କୁ ରାୟଗଡା ଆର୍ଟିଓ କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯାଇଛି ।
ପ୍ରତାପ କୁମାର ବେହେରାଙ୍କୁ ପଦୋନ୍ନତି ଦିଆଯାଇଥିବା ବେଳେ ତାଙ୍କୁ ବଡବିଲ ଆର୍ଟିଓ, ମନରଞ୍ଜନ ମହାପାତ୍ରଙ୍କୁ ପଦୋନ୍ନତି ଦିଆଯାଇ କଟକ ଆର୍ଟିଓ, ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକଙ୍କୁ ଗଞ୍ଜାମ, ଅକ୍ଷୟ କୁମାର ଜେନାଙ୍କୁ ଭୁବନେଶ୍ୱର ଡ୍ରଇଭିଂ ଟେଷ୍ଟିଂ ସ୍କୁଲର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।
ରାଜ କୁମାର ବେହେରାଙ୍କୁ ଆଇଏମ୍ଭି ଭାବେ ରାୟଗଡା ଆର୍ଟିଓ, ପଞ୍ଚାନନ ବେହେରାଙ୍କୁ ଅତିରିକ୍ତ ଆର୍ଟିଓ ଭାବେ ଜଗତସିଂପୁର ଆର୍ଟିଓ, ପି ନାଗଭୂଷଣ ରାୟଙ୍କୁ ପଦୋନ୍ନତି ମିଳିଥିବା ବେଳେସେ ଅବସର ଗ୍ରହଣ କରିସାରିଛନ୍ତି । ତେଣୁ ପଦୋନ୍ନତି ପାଇବା ପରେ ତାଙ୍କୁ ବର୍ଦ୍ଦିତ ଦରମା ସହ ଅନାନ୍ୟ ସୁବିଧା ପ୍ରଦାନ କରାଯିବ । ସେହିପରି କେ ଭେଙ୍କଟେସଙ୍କୁ ରାଇରଙ୍ଗପୁର ଆର୍ଟିଓ କାର୍ଯ୍ୟାଳୟରେ ନିଯୁକ୍ତ କରାଯାଇଛି ।