33.1 C
Bhubaneswar
Monday, May 20, 2024
Homeଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନବଜେଟ ଅଧିବେଶନ: ୧ଘଣ୍ଟା ୫୮ ମିନିଟ ଭାଷଣ; ରାଜ୍ୟପାଳ ପଢିଲେ ୫୬ ପୃଷ୍ଠା

ବଜେଟ ଅଧିବେଶନ: ୧ଘଣ୍ଟା ୫୮ ମିନିଟ ଭାଷଣ; ରାଜ୍ୟପାଳ ପଢିଲେ ୫୬ ପୃଷ୍ଠା

ଭୁବନେଶ୍ୱର:  ଆରମ୍ଭ ହେଲା ଷୋଡଶ ବିଧାନସଭାର ଶେଷ ଅଧିବେଶନ । ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟପାଳଙ୍କୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର । ବିଧାନସଭାର ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶୋକବ୍ୟକ୍ତ କରିଥିଲେ ରାଜ୍ୟପାଳ ରଘୁବର ଦାସ । ଏହାପରେ ଗୃହରେ ନିଜର ଅଭିଭାଷଣ ରଖିଥିଲେ  ରାଜ୍ୟପାଳ । ସମସ୍ତ ସଦସ୍ୟଙ୍କୁ ନୂଆବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ବିଧାନସଭାରେ ରଖିଥିଲେ  । ତେବେ ବଜେଟ ଅଧିବେଶନରେ ଦୀର୍ଘ ଭାଷଣ ଦେଇଛନ୍ତି ରାଜ୍ୟପାଳ । ମୋଟ ୧ ଘଣ୍ଟା ୫୮ମିନିଟ ସମୟର ବକ୍ତବ୍ୟ ରଖିଛନ୍ତି । ଦିନ ୧୧ଟାରୁ ଆରମ୍ଭ ହୋଇଥିବା ରାଜ୍ୟପାଳଙ୍କ ଭାଷଣ ୧୨ଟା ୫୮ରେ ସରିଛି । ଏହି ଅବସରରେ ରାଜ୍ୟପାଳ ମୋଟ ୫୬ ପୃଷ୍ଟାର ଭାଷଣ ପଢିଛନ୍ତି ।

ରାଜ୍ୟପାଳ ରଘୁବର ଦାସ କହିଛନ୍ତି,  ବିଗତ ୫ ବର୍ଷରେ ମୋଟ ୪୬,୯୮୬ ପ୍ରାର୍ଥୀଙ୍କୁ ସରକାରୀ ଚାକିରି ମିଳିଛି । ଓଡ଼ିଶା ଲୋକସେବା ଆୟୋଗ ଜରିଆରେ ମୋଟ ୧୫,୦୯୬ଜଣଙ୍କୁ ନିଯୁକ୍ତି ମିଳିଛି । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଜରିଆରେ ୧୨,୯୮୮ ଜଣଙ୍କୁ ନିଯୁକ୍ତି ମିଳିଛି । ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ ଦ୍ବାରା ୧୮,୯୦୨ ଜଣଙ୍କୁ ନିଯୁକ୍ତ ମିଳିଛି ବୋଲି ରାଜ୍ୟପାଳ ସୂଚନା ଦେଇଛନ୍ତି । ରାଜ୍ୟରେ ମୁଣ୍ଡପିଛା ଆୟ ବଢିଛି ।  ଆକଳନ ଅନୁଯାୟୀ ୨୦୨୨-୨୩ରେ ମୁଣ୍ଡପିଛା ଆୟ ୧.୫୧ ଲକ୍ଷ ।୨୦୨୧-୨୨ରେ ମୁଣ୍ଡପିଛା ଆୟ ୧.୨୯ ଲକ୍ଷ ରହିଥିଲା । ବେକାରୀ ଅଭିବୃଦ୍ଧି ହାର ମଧ୍ୟ କମିଥିବା ରାଜ୍ୟପାଳ କହିଛନ୍ତି । ୨୦୧୭-୧୮ରେ ବେକାରୀ ଅଭିବୃଦ୍ଧି ହାର ୭.୧ ପ୍ରତିଶତ ରହିଥିଲା । ୨୦୧୯-୨୦ରେ ବେକାରୀ ଅଭିବୃଦ୍ଧି ହାର ୬.୨ ପ୍ରତିଶତ ରହିଛି ।  ରାଜ୍ୟପାଳ ପୁରୀ ପରିକ୍ରମା ପ୍ରକଳ୍ପର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହି ପ୍ରକଳ୍ପ ୮ଶହ କୋଟିରେ ନିର୍ମାଣ ହୋଇଛି ଯାହା ଶ୍ରଦ୍ଧାଳୁଙ୍କୁ ସୁବିଧା ଦେବ । ଏହି ପ୍ରକଳ୍ପ ଆଗନ୍ତୁକଙ୍କୁ ଅତ୍ୟାଧୁନିକ ସୁବିଧା ଦେବ । ଶ୍ରୀମନ୍ଦିର ସୁରକ୍ଷାରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଲୋକଙ୍କୁ ସୁବିଧାରେ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଆରମ୍ଭ ହୋଇଥିବା ରାଜ୍ୟପାଳ କହିଛନ୍ତି । ଏହାଛଡ଼ା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ସମଲେଇ ପ୍ରକଳ୍ପ ବି ଲୋକାର୍ପିତ ହୋଇଛି । ନୂଆ-ଓ ଯୁବ ଭାଗିଦାରୀକୁ  ସଶକ୍ତ କରିବ । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭ କରାଯାଇଛି ।

୫-ଟି ଓ ମୋ ସରକାର ରୂପାନ୍ତରିତ ପ୍ରଶାସନିକ ବ୍ୟବସ୍ଥାର ନୂତନ ଯୁଗ ବୋଲି ରାଜ୍ୟପାଳ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ୨୦୨୨-୨୩ରେ ୬.୦୩ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯାଇଛି । ୧୧୩.୭୬ ରାସନକାର୍ଡଧାରୀଙ୍କୁ ୪ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ଦିଆଯାଇଛି । ୪୩.୮୮ ଲକ୍ଷ କ୍ଷୁଦ୍ର ଓ ୧୮.୯୩ ଲକ୍ଷ ଭୂମିହୀନ ଚାଷୀଙ୍କୁ କାଳିଆ ସହାୟତା ଦିଆଯାଇଛି । ସେହିପରି ରାଜ୍ୟପାଳ କହିଛନ୍ତି ଯେ ବଲାଙ୍ଗିର ଜିଲ୍ଲାରେ ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ହୋଇଛି । ଅନେକ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ଯୋଜନା ଆରମ୍ଭ ହୋଇଛି ।  ଏହାଛଡ଼ା ପ୍ରତି ପରିବାରକୁ ୫ଲକ୍ଷ ଓ ମହିଳା ସଦସ୍ୟଙ୍କୁ ଆଉ ୫ ଲକ୍ଷର ଚିକିତ୍ସା ସହାୟତା ମିଳୁଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟର ୩.୫ କୋଟି ଲୋକଙ୍କ ପାଖରେ ପହଞ୍ଚିଛି । ଏହାଛଡ଼ା ୭୫୦ କୋଟି ବ୍ୟୟରେ ‘ଆମ ହସ୍ପିଟାଲ’ ଯୋଜନା ଆରମ୍ଭ ହୋଇଛି ।

ଏହାଛଡ଼ା ରାଜ୍ୟପାଳ କହିଛନ୍ତି ଯେ ଦୁର୍ବଳ ଓ ଆପଦଗ୍ରସ୍ତ ପରିବାରକୁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ ମିଳୁଛି । ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ମାସିକ ୩୫ କେଜି ଚାଉଳ ମାଗଣା ମିଳୁଛି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପରିବାକୁ ରାଜ୍ୟ ସରକାର ଚାଉଳ ଦେଉଛନ୍ତି । ୩.୧୫ ଲକ୍ଷ ପରିବାରର ୯.୯୭ ଲକ୍ଷ ଲୋକଙ୍କୁ ରାଜ୍ୟ ଚାଉଳ ଦେଉଛି । ୧୭.୧୧ ଲକ୍ଷ ଚାଷୀଙ୍କ ଠାରୁ ୭୯.୧୬ ଲକ୍ଷ ଟନ ଧାନ ସଂଗ୍ରହ ହୋଇଛି । ରାଜ୍ୟର ୪୦ ପ୍ରତିଶତ ଅଂଶଧନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚାଲିଛି । ୨୦୧୪-୧୫ରୁ ଏଯାଏଁ ୩୪.୨୫ ଲକ୍ଷ ଲକ୍ଷ ପକ୍କା ଘର ନିର୍ମାଣ ହୋଇଛି ବୋଲି ରାଜ୍ୟପାଳ କହିଛନ୍ତି । ସମୟ ପୂର୍ବରୁ ଘର ସାରିଥିବାରୁ ୧୩୮୭ କୋଟିର ପ୍ରୋତ୍ସାହନ ଦିଆଯାଇଛି । ମଧ୍ୟବିତ୍ତ ପରିବାରର ଗୃହ ନିର୍ମାଣ ସ୍ୱପ୍ନ ସାକାର ପାଇଁ ‘ମୋ ଘର’ ଆରମ୍ଭ ହୋଇଛି । ‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଦିଆଯାଉଛି ।  ରାଜ୍ୟର ୧୦ଟି ସହର ବସ୍ତିମୁକ୍ତ ମାନ୍ୟତା ଲାଭ କରିସାରିଛି । ତେବେ ୨୦୨୪ ଡିସେମ୍ବର ସୁଦ୍ଧା ରାଜ୍ୟର ସବ ସହରାଞ୍ଚଳ ବସ୍ତିମୁକ୍ତ ହେବ ।

ସେହିପରି ନୁ୍ୟୟର୍କ, ଟୋକିଓ, ସିଙ୍ଗାପୁର ଭଳି ଓଡ଼ିଶାରେ ଡ୍ରିଙ୍କ ଫ୍ରମ ଟ୍ୟାପ ଚାଲିଛି । ଡ୍ରିଙ୍କ ଫ୍ରମ ଟ୍ୟାପରେ ପୁରୀ ଓ ଗୋପାଳପୁର ଦେଶର ପ୍ରଥମ ଓ ୨ୟ ସହର । ୨୪ ହସରାଞ୍ଚଳର ୨୩ ଲକ୍ଷ ବାସିନ୍ଦା ଡ୍ରିଙ୍କ ଫ୍ରମ ଟ୍ୟାପ ସୁବିଧା ପାଉଛନ୍ତି । ୩୪୧୧ କୋଟି ଖର୍ଚ୍ଚରେ ୬୮୭୨ଟି ହାଇସ୍କୁଲର ରୂପାନ୍ତରଣ ହୋଇଛି । କୋରାପୁଟ ଜିଲ୍ଲା କୋଟିଆରେ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ କରାଯାଇଛି । ମିଶନ ଶକ୍ତି ଋଣ ଯୋଜନାରେ ବିନା ସୁଧରେ ୫ ଲକ୍ଷ ଯାଏଁ ଋଣ ମିଳୁଛି ବୋଲି ରାଜ୍ୟପାଳ କହିଛନ୍ତ । ଏହାଛଡ଼ା ଆନ୍ତଃ-ଜାତି ବିବାହକୁ ସ୍ୱୀକୃତି ପାଇଁ ଦମ୍ପତିଙ୍କୁ ୨.୫ ଲକ୍ଷ ପ୍ରୋତ୍ସାହନ ଦିଆଯାଉଛି । ୫୩.୦୯ ଲକ୍ଷ ଲୋକଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଉଛି । ଅସହାୟା, ସ୍ୱାମୀ ପରିତ୍ୟକ୍ତା ଓ କୋଭିଡ ଯୋଗୁଁ ବିଧବାଙ୍କୁ ଭତ୍ତା ମିଳୁଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking