29.1 C
Bhubaneswar
Friday, July 11, 2025
Homeଓଡିଶାଯାଞ୍ଚ ବେଳେ କାରରୁ ମିଳିଲା ୧.୫ ଲକ୍ଷ

ଯାଞ୍ଚ ବେଳେ କାରରୁ ମିଳିଲା ୧.୫ ଲକ୍ଷ

ଭୁବନେଶ୍ୱର: ଆସନ୍ତା ନିର୍ବାଚନକୁ ଆଖି ଆଗରେ ଆଜି ସଂଧ୍ୟା ସାଢେ ୫ଟା ବେଳେ ଏସ୍‌ଏସଟି ୨ ଟିମ୍ ଓ ପୁଲିସ ପାର୍ଟି ମିଳିତ ଭାବେ ନନ୍ଦନକାନନ – ଭୁବନେଶ୍ୱର ରାସ୍ତାର ଡ୍ରିମ୍ ସିଟି ନିକଟରେ ଯାଞ୍ଚ ଅଭିଯାନ ପ୍ରକ୍ରିୟା ଚାଲୁ ଥିବା ବେଳେ ଏକ ଧଳା ରଙ୍ଗର କ୍ରେଟା ଚାରିଚକିଆ ଯାନକୁ ଅଟକାଇଥିଲେ । ଯାଞ୍ଚ ସମୟରେ ଉକ୍ତ ଗାଡ଼ି ମଧ୍ୟରୁ ମୋଟ ୧,୦୫,୦୦୦ ଟଙ୍କା ଜବତ କରାଯାଇଥିଲା । ପଚରାଉଚରା ବେଳେ ସଂପୃକ୍ତ ଗାଡ଼ିର ମାଲିକ ତଥା ଡ଼୍ରାଇଭର ସନ୍ଦୀପ ରାୟ ଉକ୍ତ ଟଙ୍କା ସମ୍ପର୍କରେ ସଠିକ୍ ତଥ୍ୟ ପ୍ରଦାନ କରିବାରେ ଅସମର୍ଥ ପ୍ରକାଶ କରିଥିଲେ । ଫଳରେ ତାଙ୍କ ନିକଟରୁ ଉକ୍ତ ଟଙ୍କା ଜବତ କରାଯାଇଥିବା ବେଳେ, ଟଙ୍କା ଫେରସ୍ତ ପାଇବା ପାଇଁ ଖୋର୍ଦ୍ଧା ସ୍ଥିତ ଡିଷ୍ଟ୍ରିକ ଗ୍ରିଭାନ୍ସ କମିଟି ନିକଟରୁ ତାଙ୍କୁ ଅନୁମତି ପତ୍ର ଆଣିବାକୁ ହେବ ବୋଲି ସୂଚିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking