26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶୟୁପିରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୫ ଗିରଫ

ୟୁପିରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୫ ଗିରଫ

ଗାଜିଆବାଦ: ଉତ୍ତର ପ୍ରଦେଶ (ୟୁପି)ର ଗାଜିଆବାଦ ସହରରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରୁ ୨ ଜଣ ଅଭିଯୁକ୍ତ ପୁଲିସ ଏନ୍‌କାଉଣ୍ଟରରେ ଆହତ ହେବାପରେ ପୁଲିସ କବ୍‌ଜାକୁ ଆସିଛନ୍ତି । ସଂପୃକ୍ତ ଯୁବତୀ ଜଣେ ବାନ୍ଧବୀଙ୍କୁ ସାଙ୍ଗରେ ନେଇ ଏକ ନିଛାଟିଆ ସ୍ଥାନରେ ସ୍କୁଟି ଶିଖୁଥିଲେ ।

ଏହି ସମୟରେ ଜୁନେଦ ଓ ଇମ୍ରାନ ନାମକ ଦୁଇ ଅଭିଯୁକ୍ତ ସେମାନଙ୍କ ଅନ୍ୟ ତିନିଜଣ ସାଙ୍ଗଙ୍କୁ ସେଠାକୁ ଡାକିବାପରେ ଦୁଇ ଯୁବତୀଙ୍କୁ ବୁଦାମୂଳକୁ ଘୋଷାଡି ନେଇ ପୀଡିତାଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ସେହି ସମୟରେ ଉକ୍ତ ରାସ୍ତା ଦେଇ ଏକ କାର୍ ପାସ୍ କରିବାରୁ ଅନ୍ୟ ଯୁବତୀ ଜଣକ ପାଶବିକ ଅତ୍ୟାଚାରରୁ ଅଳ୍ପକେ ବର୍ତ୍ତିଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking