29.7 C
Bhubaneswar
Sunday, April 6, 2025
Homeଓଡିଶାଶ୍ରମ ଦିବସରେ ବଡ଼ ଘୋଷଣା : ରାଜ୍ୟରେ ନିଯୁକ୍ତ ହେବେ ୨୦୦ ଅତିରିକ୍ତ ଶ୍ରମ ଅଧିକାରୀ

ଶ୍ରମ ଦିବସରେ ବଡ଼ ଘୋଷଣା : ରାଜ୍ୟରେ ନିଯୁକ୍ତ ହେବେ ୨୦୦ ଅତିରିକ୍ତ ଶ୍ରମ ଅଧିକାରୀ

ଭୁବନେଶ୍ୱର :  ରାଜ୍ୟରେ ନିଯୁକ୍ତ ହେବେ ୨୦୦ ଅତିରିକ୍ତ ଶ୍ରମ ଅଧିକାରୀ । ଓପିଏସସିକୁ ନିଯୁକ୍ତି ପାଇଁ ନିବେଦନ କରାଯାଇଛି । ଏହାଦ୍ବାରା ପ୍ରତି ବ୍ଲକରେ ଶ୍ରମ କାର୍ଯ୍ୟାଳୟ କରାଯିବ ଏହାହେବା ଦ୍ବାରା ଶ୍ରମିକଙ୍କୁ ଆଉ ଜିଲ୍ଲା ଶ୍ରମ ମୁଖ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି। ପୂର୍ବରୁ ଜିଲ୍ଲା ମୁଖ୍ୟାଳୟରେ ୩୨ଟି ଶ୍ରମ କାର୍ଯ୍ୟାଳୟ ରହିଛି। ସେହିପରି ସୁରଟଠାରେ ଶ୍ରମିକ ମାନଙ୍କ ପାଇଁ ଓଡ଼ିଶା ସାଂସ୍କୃତିକ ଭବନ ନିର୍ମାଣ କରାଯିବ। ଏଥିପାଇଁ ୧୦କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ସ୍ଥାନ ନିରୁପଣ ପାଇଁ ଗୁଜରାଟ ସରକାରଙ୍କୁ ଚିଠି ଲେଖାଯାଇଥିବା ସୂଚନା ଦେଇଛନ୍ତି ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ। ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଶ୍ରମିକ ଦିବସ ପାଳନ ଅବସରରେ ଶ୍ରମ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ 5T ଉପକ୍ରମରେ ଶ୍ରମିକ ମାନଙ୍କ ପାଇଁ ନୂତନ ପ୍ରଯୁକ୍ତି ସେବାର ଶୁଭାରମ୍ଭ କରାଯାଯାଇଛି। ଉନ୍ମୋଚିତ ହୋଇଛି ଓଡିଶାର ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡର ଓ୍ବେବସାଇଟ ଓ ଅନଲାଇନ ପୋର୍ଟାଲ ।

ପରିଶ୍ରମ ପୋର୍ଟାଲ ମାଧ୍ୟମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ୫୨ଟି ଅନଲାଇନ ସେବା ସହିତ ନୂତନ ଭାବେ ୧୫ଟି ସେବା ଓ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ନିର୍ମାଣ ଶ୍ରମିକ ପୋର୍ଟାଲ ମାଧ୍ୟମରେ ସେସ ମଡ୍ୟୁଲ ଆରମ୍ଭ ହୋଇଛି । ସମାରୋହରେ ମୁଖ୍ୟ ଅତିଥିଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ କାର୍ଯ୍ୟକ୍ଷେତ୍ରରେ ପ୍ରାଣ ହରାଇଥିବା ଶ୍ରମିକଙ୍କୁ ସହାୟତା ପ୍ରଦାନ କରିଛନ୍ତି । ମଇ ଦିବସର ଅବସରରେ ରାଜ୍ୟର ପ୍ରଗତିରେ ଶ୍ରମିକ ଭାଇଭଉଣୀ ମାନଙ୍କ ଅମୂଲ୍ୟ ଯୋଗଦାନକୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking