35.1 C
Bhubaneswar
Monday, May 13, 2024
Homeଅପରାଧଯୁବତୀ ସହ ଦୁଷ୍କର୍ମ ଆଉ ତାପରେ.......

ଯୁବତୀ ସହ ଦୁଷ୍କର୍ମ ଆଉ ତାପରେ…….

ବ୍ରହ୍ମପୁର : ଜନୈକା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ସଦର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ଉକ୍ତ ଥାନ ଅଞ୍ଚଳର ପିତବାସ ବେହେରା(୩୨) । ପୁଲିସ ଅଭିଯୁକ୍ତ ପିତବାସକୁ କୋର୍ଟ ଚାଲାଣ କରିଛି।

କୋର୍ଟ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ପୁଲିସ କହିଛି । ଏହା ସହ କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ ବୋଲି ପୁଲିସ କହିଛି । ଅନ୍ୟପକ୍ଷରେ ଉଭୟ ପିଡ଼ିତା ଓ ଅଭିଯୁକ୍ତଙ୍କ ପୃଥକ ପୃଥକ ଭାବେ ଏମ୍‌କେସିଜିରେ ଡାକ୍ତରୀ ମଇନା କରାଯାଇଛି ।

ସୂଚନାଯୋଗ୍ୟ, ଗତ କିଛି ମାସ ହେବ ପିତବାସ ନାୟକ ଓ ୨୬ ବର୍ଷିୟ ଯୁବତୀ ତଥା ପିଡ଼ିତାଙ୍କ ସହ ପରିଚୟ ହୋଇଥିଲା । ଅଭିଯୁକ୍ତ ପିତବାସ ତାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ହାଇଦ୍ରାବାଦ ନେଇ ସେ ସେଠାରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ପରେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ବିବାହ କରିବାକୁ ମନା କରିଥିଲେ ।

ଏହା ପରେ ଯୁବତୀ ଜଣଙ୍କ ପିତବାସଙ୍କୁ ବିବାହ କରିବାକୁ ଜିଦ କରିବାରୁ ସେ ତାଙ୍କୁ ଜୀବନରେ ମାରିଦେବାକୁ ଧମକଚମକ ଦେଇଥିଲେ । ପରେ ମହିଳା ଜଣଙ୍କ ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପିତବାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking