30.1 C
Bhubaneswar
Saturday, October 5, 2024
Homeଓଡିଶାମୁଁ ଭଲରେ ଅଛି, ମୋତେ ଭୁଲିଯାଅ : ପତ୍ନୀଙ୍କ ଫେରିବା ବାଟକୁ ଚାହିଁଛନ୍ତି ସ୍ୱାମୀ....

ମୁଁ ଭଲରେ ଅଛି, ମୋତେ ଭୁଲିଯାଅ : ପତ୍ନୀଙ୍କ ଫେରିବା ବାଟକୁ ଚାହିଁଛନ୍ତି ସ୍ୱାମୀ….

ଭଣ୍ଡାରିପୋଖରୀ: ମୁଁ ଭଲରେ ଅଛି । ମୋତେ ଭୁଲିଯାଅ । ଏଇ ଥିଲା ନବବିବାହିତା ପତ୍ନୀଙ୍କ ଶେଷ କଥା । ଏହା ସତ୍ତ୍ୱେ ନିଜ ପତ୍ନୀଙ୍କ ଫେରିବା ବାଟକୁ ଚାହିଁବସିଛନ୍ତି ସ୍ୱାମୀ । ଭଣ୍ଡାରିପୋଖରୀ ବ୍ଲକର ବାରିକପୁର ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟକୁ ଗତ ୧୪ ତାରିଖ ଦିନ ସ୍ୱାମୀଙ୍କ ସହ +୩ ଶେଷ ବର୍ଷ ଅନ୍ତିମ ପରୀକ୍ଷା ଦେବାକୁ ଆସି ନବବିବାହିତା ମାମିନା ଜେନା(୨୨) କେଉଁ ଆଡେ ଫେରାର ହୋଇଯାଇଛନ୍ତି । ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗୋହିରାଣୀ ଗ୍ରାମର ନିର୍ମଳ ଚନ୍ଦ୍ର ଜେନାଙ୍କ କନ୍ୟା ମାମିନା ଗତ ୩ ତାରିଖରେ ଧୁଷୁରୀ ଥାନା ପଥରଡିହ ଗ୍ରାମର ଧୀରେନ୍ଦ୍ର ଜେନାଙ୍କୁ ବୈଦିକ ମତେ ବିବାହ କରିଥିଲେ । ୬ ତାରିଖ ଚତୁର୍ଥୀ ରାତ୍ରରେ ମାମିନା ବାପଘରକୁ ଫେରିଯାଇଥିଲେ । ୧୩ ତାରିଖ ଶାଶୂଘରକୁ ଫେରି ୧୪ ତାରିଖ ଶାଢ଼ି ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଆସିଥିଲେ । ବାରିକପୁର ବଜାରରେ ଶାଢ଼ି ବଦଳାଇ ଡ୍ରେସ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ ।

ସ୍ୱାମୀଙ୍କ ପାଖରେ ଥିଲା ମାମିନାଙ୍କର ପିନ୍ଧା ଶାଢ଼ି । ଦିନ ୧ଟାରେ ପରୀକ୍ଷା ସରିଥିଲା । ସ୍ୱାମୀ ବାହାରେ ଅପେକ୍ଷା କରିଥିଲେ ପତ୍ନୀଙ୍କୁ । ବିଳମ୍ବ ହେବାରୁ ସାଥି ପିଲାଙ୍କଠାରୁ ମାମିନା ସମ୍ପର୍କରେ ପଚାରି ବୁଝିଥିଲେ ବିଚରା ସ୍ୱାମୀ । ମାମିନା ପାଖରେ ଥିବା ମୋବାଇଲ ବି ବନ୍ଦ ଥିଲା । ଅସ୍ତବ୍ୟସ୍ତ ହୋଇ ଧୀରେନ୍ଦ୍ର ଘରଲୋକଙ୍କୁ ଖବର ଦେଇ ଶ୍ୱଶୁର ଘରୁ ଯାଇ ଜ୍ୱାଇଁ ସବୁ କଥା ଜଣାଇଥିଲେ ମାମିନାଙ୍କ ମାଆ ପ୍ରଥମେ କେନ୍ଦୁଆପଦା ଥାନା ଓ ପରେ ଧାମନଗର ଥାନାରେ ଏଥିନେଇ ଏତଲା ଦେଇଥିବା ଜଣାଯାଇଛି । ତେବେ ଶୁକ୍ରବାର ସ୍ୱାମୀ ଧୀରେନ୍ଦ୍ର ପତ୍ନୀ ମାମିନାଙ୍କ ସହ ଫୋନ୍‌ରେ ଯୋଗଯୋଗ କରିବାକୁ ସକ୍ଷମ ହୋଇଥିଲେ । ମାମିନା କହିଥିଲେ, ମୁଁ ଭଲ ରେ ଅଛି, ମୋତେ ଭୁଲିଯାଅ । ଏତିକି କହି ଫୋନ ବନ୍ଦ କରିଦେଇଥିବା ଧୀରେନ୍ଦ୍ର ପ୍ରକାଶ କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking