33.1 C
Bhubaneswar
Sunday, September 22, 2024
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା: ୪ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୪ ମୃତ

ଲକ୍ଷ୍ନୌ: ଭୟଙ୍କର ସଡ଼କ ଦୁର୍ଘଟଣା । ବ୍ୟାରେଜ ତଳକୁ ଖସିଲା କାର୍ । ଭାରସାମ୍ୟ ହରାଇ ବ୍ୟାରେଜରୁ କାରଟି ତଳକୁ ଖସି ପଡ଼ିବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଘନ କୁହୁଡ଼ି ପାଇଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଉତ୍ତରପ୍ରଦେଶର ବିଜନୌରରେ ଘଟିଛି ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା । ତେବେ ମୃତକମାନେ ଉତ୍ତରପ୍ରଦେଶ ସେରକୋଟର ନୁରପୁର ଛିପରୀ ଗାଁର ବୋଲି ଜଣାପଡିଛି ।

ସୂଚନା ମୁତାବକ, ଗତକାଲି(ମଙ୍ଗଳବାର) ଉତ୍ତରପ୍ରଦେଶର ସେରକୋଟର ୫ ଜଣ ଯୁବକ ଏକ କାର୍ ଯୋଗେ ଅଫଜଲଗଢକୁ ନୁମାଇସ୍ ଦେଖିବାକୁ ଯାଇଥିଲେ । ସେଠାରୁ ବିଳମ୍ବିତ ରାତିରେ ଫେରୁଥିବା ସମୟରେ ଘନ କୁହୁଡି ଯୋଗୁଁ ହରେବଲି ବ୍ୟାରେଜ ନିକଟରେ କାର୍ ଭାରସାମ୍ୟ ହରାଇ ଗଙ୍ଗା ନଦୀ ଭିତରକୁ ଖସି ପଡ଼ିଥିଲା । ଫଳରେ ନଦୀରେ ବୁଡି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ପୋଲିସ ଉଦ୍ଧାର କରିଛି । ତେବେ ଏହି ଖବର ପାଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଯେଉଁ କାରରେ ଏହି ଦୁର୍ଘଟଣା ଘଟିଛି ତାହା ମାତ୍ର 10 ଦିନ ପୂର୍ବରୁ କିଣା ଯାଇଥିଲା। ବର୍ତ୍ତମାନ ଦୁର୍ଘଟଣା ହେତୁ ସମଗ୍ର ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି। ଏନେଇ ସିଓ କହିଛି ଯେ, ‘କାରରେ ଥିବା ମୋଟ 5 ଜଣଙ୍କ ମଧ୍ୟରୁ 4 ଜଣ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। କୁହୁଡ଼ି ହେତୁ କାରଟି ଭାରସାମ୍ୟ ହରାଇ ବ୍ୟାରେଜର ତଳକୁ ପଡିଯାଇଥିଲା। ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଜଣଙ୍କୁ ଉଦ୍ଧାର କରିଥିବା ବେଳେ ମୃତଦେହଗୁଡ଼ିକୁ ବର୍ତ୍ତମାନ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାପରେ ମୃତକଙ୍କ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ଦୁର୍ଘଟଣାରେ ଜଣେ ବଞ୍ଚିଥିବା କୁହାଯାଉଥିବା ବେଳେ , ସେ ସୁସ୍ଥ ହେବା ପରେ ହିଁ କେମିତି ଏବଂ କେଉଁ ପରିସ୍ଥିତିରେ କାର୍ ଦୁର୍ଘଟଣାଗ୍ରସ୍ତ ହେଲା ତାହା ଜଣାପଡ଼ି

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking