24.5 C
Bhubaneswar
Thursday, January 16, 2025
Homeଓଡିଶାବିଶ୍ୱ ଦକ୍ଷତାକେନ୍ଦ୍ରର ୨୭ ଛାତ୍ରଛାତ୍ରୀଙ୍କୁ ୟୁଏଇରେ ମିଳିଲା ନିଯୁକ୍ତି ସୁଯୋଗ; ନିଯୁକ୍ତିପତ୍ର ପାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ...

ବିଶ୍ୱ ଦକ୍ଷତାକେନ୍ଦ୍ରର ୨୭ ଛାତ୍ରଛାତ୍ରୀଙ୍କୁ ୟୁଏଇରେ ମିଳିଲା ନିଯୁକ୍ତି ସୁଯୋଗ; ନିଯୁକ୍ତିପତ୍ର ପାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୪ ଛାତ୍ରୀ

ଭୁବନେଶ୍ୱର:  ବିଶ୍ୱ ଦକ୍ଷତା କେନ୍ଦ୍ରର ୨୭ ଜଣ ଛାତ୍ରଛାତ୍ରୀ ସଂଯୁକ୍ତ ଆରବ ରାଷ୍ଟ୍ର ବା ୟୁଏଇର ଏକ ପ୍ରତିଷ୍ଠିତ କମ୍ପାନି ଏମରିଲରେ କାମ କରିବା ଲାଗି ସୁଯୋଗ ପାଇଛନ୍ତି । ଶନିବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ର ଭୁବନେଶ୍ୱରଠାରେ କମ୍ପାନି ପକ୍ଷରୁ ହୋଇଥିବା ସ୍ୱତନ୍ତ୍ର ପ୍ଲେସମେଣ୍ଟ ମାଧ୍ୟମରେ ଏହି ପ୍ରାର୍ଥୀମାନେ ମନୋନୀତ ହୋଇଛନ୍ତି । ନିଯୁକ୍ତିପତ୍ର ପାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୪ ଛାତ୍ରୀ ଅଛନ୍ତି ।  ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ଜରିଆରେ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସମ୍ଭାବନା ବୃଦ୍ଧି ଲାଗି ଯେଉଁ ଅଭିଯାନ ଚଳାଇଛନ୍ତି, ତାହାର ସୁଫଳ ଏବେ ଆମକୁ ମିଳୁଛି । ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ ସିଲେକ୍ସନ କାର୍ଯ୍ୟକ୍ରମ ଚାଲିଛି । ଏହି କ୍ରମରେ ଶନିବାର ହୋଇଥିବା ସାକ୍ଷାତକାର ମାଧ୍ୟମରେ ୟୁଏଇର ଏମରିଲ୍ କମ୍ପାନିରେ ୨୭ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଛନ୍ତି ।

ସେମାନଙ୍କ ମଧ୍ୟରେ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ ୧୧ ଜଣ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜିରୁ ୮ ଜଣ, ଏୟାର କଣ୍ଡିସନିଂ ଆଣ୍ଡ୍ ରେଫ୍ରିଜରେସନରୁ ୨ ଜଣ ଏବଂ ମେକାଟ୍ରୋନିକ୍ସରୁ ୪ ଜଣ ରହିଛନ୍ତି । ନିକଟରେ ସିଙ୍ଗାପୁରରେ ପେଡ୍ ଇଣ୍ଟର୍ଣ୍ଣସିପ୍ ସାରି ଫେରିଥିବା ୨ ଜଣ ପ୍ରାର୍ଥୀଙ୍କୁ ମଧ୍ୟ ଏଥିରେ ନିଯୁକ୍ତି ମିଳିଛି । ଗତ କିଛିଦିନ ଧରି ଦେଶବିଦେଶର ବିଭିନ୍ନ କମ୍ପାନି କ୍ୟାମ୍ପସ ସିଲେକ୍ସନ ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଆସୁଛନ୍ତି । ଏହି ପ୍ରକ୍ରିୟା ମାଧ୍ୟମରେ ନିକଟରେ ଟାଟା ଷ୍ଟିଲ୍‌ରେ ୪୫ ଜଣ ପ୍ରାର୍ଥୀ ନିଯୁକ୍ତି ପାଇଛନ୍ତି । ସେମାନଙ୍କ ମଧ୍ୟରେ ମେକାଟ୍ରୋନିକ୍ସ ବିଷୟରୁ ୧୯ ଜଣ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ବିଷୟରୁ ୨୦ ଜଣଙ୍କ ସହିତ କେନ୍ଦ୍ରର ୬ ଜଣ ପୁରାତନ ଛାତ୍ରଛାତ୍ରୀ ରହିଛନ୍ତି । ସେହିପରି ଟାଟା ଗ୍ରୁପ୍ ଆଇଏଚସିଏଲ୍ କମ୍ପାନି ବିଭିନ୍ନ ପଦବୀ ଲାଗି ବିଶ୍ୱ ଦକ୍ଷତା କେନ୍ଦ୍ରର ୧୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ଦେଇଛି । ଚଳିତ ବର୍ଷ ଏପର୍ଯ୍ୟନ୍ତ ମିଳିଥିବା ସଫଳତା ଲାଗି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ କେନ୍ଦ୍ରର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking