କୁଚବିହାର: ବିଏସଏଫ୍ ଓ ଏନ୍ସିବି (ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ) ଅଧିକାରୀମାନେ ମିଳିତଭାବେ ବାଂଲାଦେଶ ସୀମାନ୍ତବର୍ତ୍ତୀ କୁଚବିହାର ଜିଲ୍ଲାରୁ ଅସ୍ତ୍ରଶସ୍ତ୍ର, ଡ୍ରଗ୍ସ ଓ ନଗଦ ୪୪ ଲକ୍ଷ ଟଙ୍କା ଜବତ କରିଛନ୍ତି । ରବିବାର ରାତିରେ ଏହି ଟିମ୍ କୁଚ୍ବିହାର ଜିଲ୍ଲାର ଏକ ଗ୍ରାମ ଉପରେ ଚଢଉ କରି ଏକାଧିକ ଦେଶୀ ପିସ୍ତଲ, ହାତବୋମା, ୟାବା ଟ୍ୟାବ୍ଲେଟ୍, ବ୍ୟାନ୍ କରାଯାଇଥିବା କଫ୍ ସିରପ୍ ଏବଂ ନଗଦ ୪୪ ଲକ୍ଷ ଟଙ୍କା ଜବତ କରିଛନ୍ତି । ତେବେ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।