36.1 C
Bhubaneswar
Saturday, May 18, 2024
Homeଓଡିଶାବଜ୍ରାଘାତରେ ଚାଷୀ ମୃତ

ବଜ୍ରାଘାତରେ ଚାଷୀ ମୃତ

ବୁଗୁଡ଼ା : ବିଲରେ କତି ମାରିବା ବେଳେ ବଜ୍ରାଘାତରେ ଟଳି ପଡିଲେ ଚାଷୀ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଗହଙ୍ଗୁ ଗ୍ରାମରେ । ମୃତ ଚାଷୀ ଜଣକ ହେଲେ ଗହଙ୍ଗୁ ଗ୍ରାମର ସାନୁଜ ପାତ୍ର(୪୦) । ପ୍ରକାଶ ଯେ , ଆଜି ସକାଳୁ ବର୍ଷା ଆରମ୍ଭ ହେବାରୁ ସାନୁଜ ଗାଁ ନିକଟରେ ଥିବା ବିଲରେ କାମ କରିବାକୁ ବାହାରି ପଡିଥିଲେ । ସେ ଜମିରେ କତି ମାରିବା ବେଳେ ସକାଳ ପ୍ରାୟ ୧୦ଟା ସମୟରେ ବଜ୍ରପାତ ହୋଇଥିଲା ।

ସେହି ବଜ୍ରାଘାତରେ ସେ ବିଲରେ ଟଳି ପଡିଥିଲେ । ଆଖପାଖ ବିଲରେ କାମ କରୁଥିବା ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଆସ୍କା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବାଲିପଦର ଫାଣ୍ଡି ଅଧିକାରୀ ସମୀର କୁମାର ବେହେରା ଘଟଣା ସ୍ଥଳରେ ପହଞ୍ôଚ ଶବକୁ ଜବତ କରିବା ସହ ଥାନାରେ ୧୯/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ନିମନ୍ତେ ପଠାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking