20.1 C
Bhubaneswar
Wednesday, January 8, 2025
Homeବ୍ରେକୀଙ୍ଗପ୍ଲେ ଷ୍ଟୋରରୁ ହଟିଲା ଏହି ଆପ୍ସ

ପ୍ଲେ ଷ୍ଟୋରରୁ ହଟିଲା ଏହି ଆପ୍ସ

ନୂଆଦିଲ୍ଲୀ: ଟେକ୍ନୋଲୋଜୀ କ୍ଷେତ୍ରର ପ୍ରସିଦ୍ଧ କମ୍ପାନୀ ଗୁଗୁଲ ଭାରତରେ ଶହଶହ ସଂଖ୍ୟାରେ ବ୍ୟକ୍ତିଗତ ଋଣ ଆପ ର ସମୀକ୍ଷା କରିଛି ଏବଂ ସେମାନଙ୍କ ମଧ୍ୟରୁ ଅନେକ ଆପକୁ ନ୍ଖକ୍ସ ପ୍ଲେ ଷ୍ଟୋରରୁ ହଟାଇଛି । ପ୍ରୟୋଗକର୍ତ୍ତା ଓ ସରକାରୀ ଏଜେନ୍ସିଗୁଡିକ କମ୍ପାନୀର ଏହି ଆପକୁ ନେଇ ଚିନ୍ତାରେ ପଡିଯାଇଥିଲେ । ଗୁଗୁଲ କହିଛି ଯେ, ଯେଉଁ ଆପ ସୁରକ୍ଷା ନୀତି ଉଲ୍ଲଂଘନ କରୁଥିଲା, ତାକୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି । ଗୁଗୁଲ ଆପର ବାକି ଡେଭଲପର୍ସମାନଙ୍କୁ ସ୍ଥାନୀୟ ନିୟମ କାନୁନ କିପରି ପାଳନ କରାଯାଉଛି, ସେ ନେଇ ତାହା ଦର୍ଶାଇବାକୁ କହିଛି । ଗୁଗୁଲ ବ୍ଲଗ ପୋଷ୍ଟରେ କହିଛି ଯେ, ଗୁଗୁଲର ଉତ୍ପାଦ ଗୁଡିକରେ ଏକ ସୁରକ୍ଷିତ ଅଭିଜ୍ଞତା ପ୍ରଦାନ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା । ଏହି ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଆମର ବିଶ୍ୱସ୍ତରୀୟ ଉତ୍ପାଦ ନୀତିଗୁଡିକ ପରିକଳ୍ପିତ ଏବଂ କାର୍ଯ୍ୟକାରୀ କରାଯାଇଛି । ଉପଭୋକ୍ତା ନିରାପତ୍ତାକୁ ଇନ୍ନତ କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରୁଛୁ । ତେବେ କେଉଁ ଆପ ହଟାଯାଇଛି, ତାହା ଗୁଗୁଲ ପ୍ରକାଶ କରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking