କାଠମାଣ୍ଡ: ନେପାଳର ମାଉଣ୍ଟେନ୍ ଗାଇଡ୍ କାମି ରାତି ଶେର୍ପା ମଙ୍ଗଳବାର ରେକର୍ଡ ୨୮ତମ ଥର ପାଇଁ ମାଉଣ୍ଟ୍ ଏଭେରେଷ୍ଟ୍ ଆରୋହଣ କରିଛନ୍ତି । ଏହା ସହିତ ଏକ ସପ୍ତାହରୁ କମ୍ ସମୟ ମଧ୍ୟରେ ସେ ବିଶ୍ୱର ସବୁଠୁ ଉଚ୍ଚତ୍ତମ ପର୍ବତ ଶୃଙ୍ଗ ଆରୋହଣ କରି ନିଜ ରେକର୍ଡ ଭଙ୍ଗ କରିଛନ୍ତି । ସେଭେନ୍ ସମିଟ୍ ଟ୍ରାକ୍ ମ୍ୟାନେଜର ଛଙ୍ଗ୍ ଦାୱା ଶେର୍ପାଙ୍କ ଅନୁସାରେ କାମି ରିତା ମଙ୍ଗଳବାର ସକାଳ ପ୍ରାୟ ୯ଟା ୨୦ ମିନିଟ୍ ସମୟରେ ୮୮୪୮.୮୬ ମିଟର ଉଚ୍ଚ ଶୃଙ୍ଖ ଉପରେ ପହଞ୍ଚିଥିଲେ । ଏହା ପୂର୍ବରୁ କାମି ରିତା ମେ ୧୭ ତାରିଖରେ ୨୭ତମ ଥର ମାଉଣ୍ଟ୍ ଏଭେରେଷ୍ଟ୍ ଆରୋହଣ କରିଥିଲେ ।