କଟକ: ଏକ ନାବାଳିକା ଅପହରଣ ଓ ବଳତ୍କାର ମାମଲାରେ କଟକର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ପୋଷ୍କୋ କୋର୍ଟ ଆସାମୀ ସୁଶାନ୍ତ ନାଏକକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତିଫ ଏଥିସହିତ କୋର୍ଟ ଆସାମୀକୁ ୧୦ ହଜାର ଟଙ୍କାର ଜୋରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କୋର୍ଟ ପୀଡିତାକୁ ୪ ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ କରିବାକୁ ମଧ୍ୟ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ଆଦେଶ ଦେଇଛନ୍ତି ।
୨୦୧୭ ମସିହା ଡିସେମ୍ବର ୨୫ ତାରିଖରେ ଆସାମୀ ଆଠଗଡ ଅଞ୍ଚଳର ଜଣେ ନାବାଳିକାକୁ ବଳାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଘଟଣା ଦିନ ହିଁ ପୀଡିତାର ପରିବାର ପକ୍ଷରୁ ଆଠଗଡ ଥାନାରେ ଏତଲା ରୁଜୁ କରାଯାଇଥିଲା । ପୁଲିସ୍ ଏହି ଘଟଣାରେ ଆସାମୀକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । କଟକର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ପୋଷ୍କୋ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ପୋଷ୍କୋ କୋର୍ଟରେ ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ରମେଶ ଚନ୍ଦ୍ର ମହାନ୍ତି ପରିଚାଳନା କରୁଥିଲେ ।