ଗୁଣ୍ଡୁଚିମୂଷା-କ୍ଷୁଦ୍ର ପ୍ରାଣୀଟିଏ, ନିରିହବି । କିନ୍ତୁତା’ ନାଁଟିଶୁଣିଲେବାତାକୁ ଦେଖିଲେ, ସ୍ୱତଃଶ୍ରୀରାମଚନ୍ଦ୍ରଙ୍କରସେତୁନିର୍ମାଣ ଦୃଶ୍ୟଭାସିଉଠେ । ମାତାସୀତାଙ୍କସନ୍ଧାନ ପାଇବା ପରେଲଙ୍କାକୁ ଯିବା ପାଇଁସେତୁ ନିର୍ମାଣରେବାନରସେନା ପ୍ରାଣମୂର୍ଚ୍ଛାଲାଗି ପଡିଛନ୍ତି । ବଡବଡ ପଥରଖଣ୍ଡମାନ ବୋହିଆଣି ନଳନୀଳଙ୍କ ନିକଟରେ ପହଂଚାଇ ଦେଉଛନ୍ତି । ହନୁମାନଜୀସେଥିରେରାମନାମଲେଖିସେତୁନିର୍ମାଣକାର୍ଯ୍ୟରେବ୍ୟସ୍ତ । ପ୍ରଭୁଶ୍ରୀରାମଚନ୍ଦ୍ରଏସବୁ ଦେଖୁଛନ୍ତି । ହଠାତ୍ତାଙ୍କ ଦୃଷ୍ଟିରେ ପଡିଲା ଏଇ କ୍ଷୁଦ୍ର ପ୍ରାଣୀଗୁଣ୍ଡୁଚିମୂଷାଟି । ସମୁଦ୍ର ପାଣିରେଡୁବମାରୁଛି, ଉଠିଆସିଶୁଖିଲାବାଲିରେଗଡି ଯାଉଛି । ତା’ ଦେହରେଯେତେବାଲିଲାଗିଯାଉଛି, ସେତକ ଆଣିସେତୁଉପରେଝାଡି ଦେଉଛି । ପୁଣି ଯାଇଡୁବମାରୁଛି, ଗଡୁଛି, ବାଲିଝାଡୁଛି; ଅନବରତଏହିପରିକରିଚାଲିଛି । କୌଣସି ଦିଗକୁଲକ୍ଷ୍ୟ ନାହିଁ । ଏ ଦୃଶ୍ୟ ଦେଖି ପ୍ରଭୁତରଳିଗଲେ । ସ୍ନେହରେଡାକି ପଚାରିଲେ –“ବାବୁରେ! ମୁଁ ଅନେକବେଳୁଁଲକ୍ଷ୍ୟକରୁଛି, ତୁଏମିତିକାହିଁକିକରୁଛୁ?” ଗୁଣ୍ଡୁଚିମୂଷାକହିଲା-“ପ୍ରଭୁ! ମୁଁ ତ ବାନରସେନା ପରିବଡବଡ ପଥରଖଣ୍ଡବୋହି ପାରିବିନି । ମୋ ଦେହରେଯେତେବାଲିଲାଗିଯାଉଛି, ସେତକ ଆଣିବନ୍ଧରେଝାଡିଦେଲେସେଗୁଡିକ ତ ଦୁଇପଥର ସନ୍ଧିରେଲାଗିଯାଇସେଗୁଡିକୁବାନ୍ଧିରଖିବ! ଏତେବଡମହତକାମରେମୁଁ ଆଉ କ’ଣ କରିପାରିବି ପ୍ରଭୁ!”
ପ୍ରଭୁ ଆନନ୍ଦରେ ଗଦ୍ଗଦ୍ ହୋଇଗଲେ । ସେ ତ ସବୁରି ଅନ୍ତର ଜାଣନ୍ତି । ଏତେଟିକେ ପ୍ରାଣୀ!ଏତେବଡସେତୁନିର୍ମାଣରେସେଯେତେଦୂର ପାରିବ, ସେତେସହଯୋଗକରୁଛି । କେତେଶ୍ରଦ୍ଧା, କେତେପ୍ରେମ, କେତେସମର୍ପଣଭାବସତେତା’ ହୃଦୟରେ !କି ନିଷ୍ଠାରସହିତସେତା’ର ନିଷ୍କାମକର୍ମରେ ନିମଗ୍ନ !!“ଧନ୍ୟ-ଧନ୍ୟ ତୁବାବୁ!” କହିଶ୍ରଦ୍ଧାରେତାକୁ ଆଉଁଷି ଦେଲେ । ପ୍ରଭୁଙ୍କରତିନୋଟି ଆଙ୍ଗୁଳିରତିନୋଟିଗାରତା’ ପିଠିଉପରେ ପଡିଗଲା । ସ୍ନେହଶ୍ରଦ୍ଧାରସେଗାରତିନୋଟି ଆଜି ପର୍ଯ୍ୟନ୍ତ ରହିଛି । କାହିଁକେତେହଜାରହଜାରବର୍ଷବିତିଗଲାଣିକଳନାକରିହେଉନାହିଁ, କିନ୍ତୁସେଗାରସେହିପରି ଅବିକଳ ଆଜି ପର୍ଯ୍ୟନ୍ତ ରହିଛି ।
ଗତ ଶତାଦ୍ଧିରଗୋଟିଏଘଟଣାମନେ ପଡିଯାଉଛି । ସ୍ୱାଧୀନତାସଂଗ୍ରାମଜୋର୍ସୋର୍ରେଚାଲୁଥାଏ । ମହାତ୍ମାଗାନ୍ଧୀଙ୍କଡାକରାରେହଜାରହଜାର ନରନାରୀ ଅସହଯୋଗ ଆନ୍ଦୋଳନରେସ୍ୱତଃପ୍ରବୃତହୋଇଯୋଗଦାନ କରୁଥାଆନ୍ତି । ବିରାଟବିରାଟସଭାସମିତିହେଉଥାଏ । ଏହିସଭାମାନଙ୍କରେ ଧନୀଗରିବ ନିର୍ବିଶେଷରେସମସ୍ତେ ନିଜନିଜଶକ୍ତି ଅନୁସାରେସ୍ୱେଚ୍ଛାରେଚାନ୍ଦା ଦେଉଥାଆନ୍ତି । ଏହିପରି ଏକ ସଭାରେକେତେବଡବଡ ଧନୀ, ଶେଠ୍ଚାନ୍ଦା ଦେଉଥାଆନ୍ତି । ବୟସଭାରରେ ନଇଁ ପଡିଥିବାବୁଢୀମା’ଟିଏ ନଇଁନଇଁ ଆସିମହାତ୍ମାଙ୍କ ପାଦତଳେ ଅଧଲାଟିଏ ଥୋଇଦେଲା । ସେତେବେଳେଟଙ୍କାଙ୍କଷୋଳଅଣା, ଅଣାକଚାରିପଇସା, ପଇସାକ ଦୁଇ ଅଧଲା ଥାଏ । ବୁଢୀମା’ଟିର ଦାନକୁମହାତ୍ମାଗାନ୍ଧୀଠିକ୍ଭାବେବୁଝି ପାରିଥିଲେ ପ୍ରଭୁଶ୍ରୀରାମଙ୍କ ପରି । ଅତ୍ୟନ୍ତ ଶ୍ରଦ୍ଧାସମ୍ମାନର ସହିତ ଅଧଲାଟିକୁଉଠାଇ ପାଖରେ ଥିବାମହାଦେବ ଦେଶାଇଙ୍କୁ ଦେଇ କହିଲେ –“ଏଇ ଅଧଲାଟିକୁସ୍ୱତନ୍ତ୍ରଭାବେ ଯତ୍ନସହକାରେରଖିବ । ଏହାଶେଠ୍ମାନଙ୍କଲକ୍ଷଲକ୍ଷଟଙ୍କାଠାରୁ ଅଧିକମୂଲ୍ୟବାନ ।”
ଦୁଇଟିଯାକଘଟଣାକୁଲକ୍ଷ୍ୟକଲେ ଦେଖାଯାଏ, ଏଠାରେ ପରିମାଣ ନୁହେଁ, ଶ୍ରଦ୍ଧା, ଭକ୍ତି, ପ୍ରେମ, ସମ୍ମାନ, ଆନ୍ତରିକତାରଗୁରୁତ୍ୱରହିଛି । ମହତକାର୍ଯ୍ୟରେ ଅଧଲାଟିଏ, ବାଲିଗରଡାଟିଏବାବାଲିକଣାଟିଏବିବହୁମୂଲ୍ୟବାନ ହୋଇଥାଏ ।
ତେବେ, ଗୋଟିଏ କଥା ମନକୁ ଆସେ,- ସଦ୍ଭାବନାରଚେରକେତେଗଭୀରକୁଲମ୍ବିଛି! ଏ ସୃଷ୍ଟିରେକୀଟଠାରୁ ଆରମ୍ଭ କରିବୃହତମ ପ୍ରାଣୀ ପର୍ଯ୍ୟନ୍ତ ସମସ୍ତେ ପଂଚମମହାଭୂତଙ୍କର ପ୍ରପଂଚିକରଣ ଦ୍ୱାରାଗଠିତହୋଇଛନ୍ତି । ମାଟି, ପାଣି, ଅଗ୍ନି, ବାୟୁ ଓ ଆକାଶ ତ ବାହ୍ୟ ପଦାର୍ଥ । ଶ୍ରୀଗୀତାଏହାକୁ ଅପରାପ୍ରକୃତିକହିଛନ୍ତି । ପ୍ରତ୍ୟେକ ପ୍ରାଣୀସେମାନଙ୍କ ପ୍ରଜାତି ଅନୁସାରେସଂସାରରେବଂଚିରହିବା ପାଇଁ ନିଜ ନିଜ ପ୍ରକୃତିଗତବ୍ୟବସ୍ଥା, ଅଭ୍ୟାସ, ଖାଦ୍ୟ ଇତ୍ୟାଦି ଦ୍ୱାରା ପରିଚାଳିତହେଉଛନ୍ତି । ଏହାଜନ୍ମଜାତବାସହଜାତ ପ୍ରବୃତି । ଏହାଦ୍ୱାରାଜନ୍ମ ପରେ ପରେଗାଈରବାଛୁରିମା’ର ପହ୍ନାଖୋଜେ, ଅଣ୍ଡାରୁବାହାରି ପକ୍ଷୀଶାବକଟିକ୍ରମେଉଡିଶିଖେ, ମାଛୁଛୁଆଟିଜଳରେ ପହଁରେ । କିନ୍ତୁମୃତ୍ୟୁ ତ ସମସ୍ତଙ୍କ ନିମନ୍ତେ ଧ୍ରୁବସତ୍ୟ । ମୃତ୍ୟୁ ଆସେସେତେବେଳେ, ଯେତେବେଳେ ଏଇ ଅପରାପ୍ରକୃତିରୁ ପରାପ୍ରକୃତିରସତା, ଚେତନ ସତାବାଜୀବାତ୍ମାଶରୀରକୁତ୍ୟାଗକରେ ।
ତା’ହେଲେ, ପ୍ରଭୁଶ୍ରୀରାମଚନ୍ଦ୍ରଙ୍କରଗୁଣ୍ଡୁଚିମୂଷା ପିଠିଆଉଁଷାଚିହ୍ନ ତ କେଉଁକାଳରୁଲୋପ ପାଇସାରିଥାଆନ୍ତା, ଆଜି ପର୍ଯ୍ୟନ୍ତ ରହିଛିକିପରି ?
ସାଧାରଣତଃ, ଆମେ ପ୍ରଥମେ ଯାହାଚିନ୍ତାକରୁଁ, ପରେତାହାକୁକାର୍ଯ୍ୟରେ ପରିଣତକରୁଁ । ଏଇ ଚିନ୍ତାଟିଭିତରେହୁଏ, ହୁଏତମନସ୍ତରରେବାବୁଦ୍ଧିସ୍ତରରେବା ଆହୁରିଗଭୀରରୁ । ଅହଁକାରସବୁଠାରେ ଥାଏ, କାରଣ ଅହଂକାର ନ ରହିଲେକାମକରିହେବନି । ଗୁଣ୍ଡୁଚିମୂଷାରଚିହ୍ନ ଏ ସ୍ତରଗୁଡିକରୁ ଆହୁରିଗଭୀର, ସେଇଥିପାଇଁତାହା ଆଜି ପର୍ଯ୍ୟନ୍ତ ରହିଛି । ପଂଚମହାଭୂତ, ମନ, ବୁଦ୍ଧି, ଚିତ, ଅହଂକାରକୁ ଅତିକ୍ରମକରିଗଲେଜୀବାତ୍ମା, ଚୈତ୍ୟସତା, ଦିବ୍ୟସତାଙ୍କ ଦର୍ଶନ ମିଳେ । ମନେ ହୁଏ, ଗୁଣ୍ଡୁଚିମୂଷାରଶ୍ରଦ୍ଧା, ପ୍ରେମ, ଭକ୍ତି, ନିଷ୍ଠାତା’ର ଆତ୍ମାପର୍ଯ୍ୟନ୍ତ ଲମ୍ବି ଯାଇଛନ୍ତି । ତେଣୁ ଅପରାପ୍ରକୃତିରଯେତେ ଯାହା ପରିବର୍ତନ ହେଲେ ମଧ୍ୟ ମୂଳଟି ଦିବ୍ୟସତାସହଯୋଡିହୋଇରହିଥିବାରୁତାହା ଆଜି ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣରହିଛି । ଆଧୁନିକବୈଜ୍ଞାନିକଭାଷାରେକହିଲେ, ଗୁଣ୍ଡୁଚିମୂଷାରପ୍ରେମଭକ୍ତିତା’ର ଅସ୍ଥିମଜ୍ଜାଗତକେବଳ ନୁହେଁ, ତା’ରଜୀନ୍ ପର୍ଯ୍ୟନ୍ତ ଲମ୍ବି ଯାଇଛି ।
ଯୁକ୍ତିକରାଯାଇ ପାରେ, ଗୋଟିଏଗୁଣ୍ଡୁଚିମୂଷା ତ ଏହାକରି ପାରିଥିଲା! ସବୁଗୁଣ୍ଡୁଚିମୂଷାଙ୍କ ପିଠିରେ ଏ ଚିହ୍ନରହିଲାକିପରି ? ଉତରରେକୁହାଯାଇପାରେ, ପ୍ରଭୁସର୍ବସମର୍ଥ । ସେ ତ ପ୍ରେମମୟ, ଦୀନବନ୍ଧୁ, କୃପାସିନ୍ଧୁ, କରୁଣାସାଗର । ଗୁଣ୍ଡୁଚିମୂଷା ପ୍ରତିତାଙ୍କରପ୍ରେମସମଗ୍ରଜାତି ପ୍ରତି ପ୍ରସରି ଯାଇଥିବ, ସଂଚରିତହୋଇ ଯାଇଥିବ । ତେଣୁସେଜାତି ଥିବା ପର୍ଯ୍ୟନ୍ତ ଏ ପବିତ୍ରଚିହ୍ନରହିଥିବ । ଅଧିକନ୍ତୁ, ପ୍ରଭୁଙ୍କରସ୍ନେହ, ଶ୍ରଦ୍ଧା, ଆଦର, କୃପା, କରୁଣାଏତେଗଭୀର ଥିଲା ଯେ ତାହାଚିରଦିନ ନିମନ୍ତେ ରହିଯାଇଛି । ଧନ୍ୟ ପ୍ରଭୁ! ଧନ୍ୟ ତୁମକୃପା, ଭକ୍ତବତ୍ସଳତା! ଆଉ ଧନ୍ୟ ତୁଗୁଣ୍ଡୁଚିମୂଷା !
ଟିକେ ଅଟକି ଯାଇଭାବିବାକି! ଯଦି ଗୁଣ୍ଡୁଚିମୂଷା ପରିକ୍ଷୁଦ୍ର ପ୍ରାଣୀଟିଏ ପ୍ରଭୁଙ୍କରଏପରିକୃପାଲାଭକରିପାରେ, ତେବେ, ଏବେସୃଷ୍ଟିରସର୍ବଶ୍ରେଷ୍ଠ ପ୍ରାଣୀବୋଲିଡିଣ୍ଡିମ ପିଟୁଥିବା ଆମେମଣିଷମାନେ ଗୁଣ୍ଡୁଚିମୂଷାରପ୍ରେମଭକ୍ତି ଆମମାନଙ୍କ ଅନ୍ତରରେସ୍ଥାପନ କରିପାରିବା ନାହିଁ ? ମହତକାମରେଗୁଣ୍ଡୁଚିମୂଷା ପରିବାଲିକଣାଟିଏବାବୁଢୀମା’ଟି ପରି ଅଧଲାଟିଏଯୋଗଦାନ କରି ପାରିବା ନାହିଁ?
ସା :ତରାପୁର, ପୋ : ଲକ୍ଷ୍ମୀନଗର,
ଜିଲ୍ଲା: ଯାଜପୁର ।
ମୋ :୯୯୩୭୫୯୩୪୯୩