29.4 C
Bhubaneswar
Saturday, May 4, 2024
Homeଦେଶ ବିଦେଶଜାପାନର ସଡ଼କରେ ଚାଲିବ ଆଖି ଥିବା କାର , ରାସ୍ତା ପାର କରିବା ବେଳେ ନିଜେ...

ଜାପାନର ସଡ଼କରେ ଚାଲିବ ଆଖି ଥିବା କାର , ରାସ୍ତା ପାର କରିବା ବେଳେ ନିଜେ ଲଗାଇବ ବ୍ରେକ୍‌ , ହେବ ନାହିଁ ଆକ୍ସିଡେଣ୍ଟ

ଟୋକିଓ : ଏବେ କାର୍‌ରେ ଲାଗିବ ଆଖି। ମଣିଷ ପରି ରାସ୍ତାକୁ ଦେଖି ଗଡ଼ିବ । ଏମିତି ଏକ ଅଭିନବ କୌଶଳ ଆପଣାଇଛନ୍ତି ଜାପାନର ଇଂଜିନିୟରମାନେ। ସେଠାରେ କାର୍‌କୁ ନେଇ ଏକ ନୂଆ ପରୀକ୍ଷା ନିରୀକ୍ଷା କରାଯାଉଛି। ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ କାର୍‌ ଆଗରେ ବଡ଼ ବଡ଼ ଆଖି ଲଗାଯିବ। ଏହି ଆର୍ଟିଫିସିଆଲ ଆଖି ଜାପାନର ସେଲ୍ଫ  ଡ୍ରାଇଭିଂ କାର୍‌ରେ ଲଗାଯିବ, ଯାହା ଡାହାଣ ଓ ବାମକୁ ବୁଲି ପାରିବ। ଯେବେ ଏହି କାର୍‌ ସଡ଼କରେ ଚାଲିବ, ଚାଲିଚାଲି ଯାଉଥିବା ଲୋକ ତାକୁ ଦେଖି ଖୁବ୍‌ ସାବଧାନ ହୋଇଯିବେ। ଯେଉଁଥିରେ ଚାଲି ଚାଲି ଯାଉଥିବା ଲୋକଙ୍କ ସହ ହେଉଥିବା ସଡ଼କ ଦୁର୍ଘଟଣାକୁ କମ୍‌ କରାଯାଇ ପାରିବ। ଯଦି ବା ଗାଡ଼ି ସାମ୍ନାରେ କେହି ବ୍ୟକ୍ତି ଆସିଯାନ୍ତି ତ ଏହି କାର୍‌ ନିଜେ ରହି ଯିବ। ରୋଡ୍ ଆକ୍ସିଡେଣ୍ଟ ରୋକିବା ପାଇଁ ଜାପାନ ପୂରା ନୂଆ ଟେକନିକ୍‌ ରେ କାମ କରୁଛି।

ଖବର ମୁତାବିକ , ଇଞ୍ଜିନିୟର୍ସଙ୍କର କହିବା ଅନୁସାରେ , ଯଦି କାର୍‌ରେ ଲାଗିଥିବା ଆଖି କୌଣସିବି ବି ଦିଗକୁ ଦେଖୁନାହିଁ , ତ ଏହାର ଅର୍ଥ କି କାରଟି ଚାଲି ଚାଲି ଯାଉଥିବା ଲୋକଙ୍କୁ ଚିହ୍ନି ପାରୁନାହିଁ । ଏଥିପାଇଁ ଯାତ୍ରୀଙ୍କୁ ( ଚାଲି ଚାଲି ଯାଉଥିବା) ସଡ଼କ ପାର୍‌ କରିବା ଉଚିତ୍‌ ନୁହେଁ, ନୁହେଁତ କାର୍ ତାଙ୍କୁ ଧକ୍କା ଦେଇପାରେ । ଆଶା କରାଯାଉଛି  ଗେଜିଙ୍ଗ କାର (ଦେଖି ପାରୁଥିବା କାର) ପାଦ ଚଲା ଯାତ୍ରୀଙ୍କ ସହ କାର୍‌ ଆକ୍ସିଡେଣ୍ଟ ହ୍ରାସ ପାଇପାରେ ।

ଇଂଜିନିୟରମାନେ ପ୍ରୟୋଗାତ୍ମକ ଭାବେ ଗୋଲ୍ଫ କାର୍ଟରେ ନକଲି ଆଖି ଲଗାଇଛନ୍ତି । ଏହି ଆଖି ଡାହାଣ ଓ ବାମକୁ ବୁଲୁ ଥିଲା । ଯାହାକୁ ରିସର୍ଚ୍ଚର କଣ୍ଟ୍ରୋଲ କରୁଥିଲେ । ଆଗକୁ ଏହି ଟେକ୍ନୋଲଜି ସେଲ୍ଫ  ଡ୍ରାଇଭିଂ ଥିବା କାର୍‌ରେ ବ୍ୟବହାର କରାଯିବ , ଯାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରୁ କଣ୍ଟ୍ରୋଲ ହୋଇଥାଏ । ଭର୍ଚୁଆଲ ରିଆଲିଟି ଉପରେ ଆଧାରିତ ଏହି ପ୍ରୟୋଗରେ ଇଂଜିନିୟମାନେ ୯ ଜଣ ପୁରୁଷ ଓ ୯ଜଣ ମହିଳାଙ୍କୁ ସାମିଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking