35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶପ୍ରବଳ ବର୍ଷା ସତ୍ତ୍ବେ ଓଦା ହୋଇ ଜନସଭାକୁ ସମ୍ବୋଧିତ କଲେ ରାହୁଲ

ପ୍ରବଳ ବର୍ଷା ସତ୍ତ୍ବେ ଓଦା ହୋଇ ଜନସଭାକୁ ସମ୍ବୋଧିତ କଲେ ରାହୁଲ

ବେଙ୍ଗାଲୁରୁ: କଂଗ୍ରେସ ପକ୍ଷରୁ ଜାରି ରହିଥିବା ‘ଭାରତ ଯୋଡୋ ଯାତ୍ରା’ର ନେତୃତ୍ବ ନେଉଥିବା ଦଳୀୟ ସାଂସଦ ରାହୁଲ ଗାନ୍ଧୀ ମହୀଶୂରରେ ପ୍ରବଳ ବର୍ଷା ସତ୍ତ୍ବେ ମଧ୍ୟ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ଗତକାଲି ଗାନ୍ଧୀ ଜୟନ୍ତୀ ଅବସରରେ ରାହୁଲଙ୍କ ସମ୍ବୋଧନ କାର୍ଯ୍ୟକ୍ରମ ଥିବାବେଳେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ସତ୍ତ୍ବେ କାର୍ଯ୍ୟକ୍ରମ ଜାରି ରହିବା ସହ ରାହୁଲ ମଧ୍ୟ ବର୍ଷାରେ ଛିଡାହୋଇ ସମ୍ବୋଧିତ କରିଥିଲେ ।

ନିଜ ସମ୍ବୋଧନରେ ରାହୁଲ କହିଥିଲେ, ‘‘ଭାରତ ଯୋଡୋ ଯାତ୍ରା ଏକ ନଦୀ ପରି, କନ୍ୟାକୁମାରୀରୁ ପ୍ରବାହିତ ହୋଇ କାଶ୍ମୀର ପହଞ୍ଚିବ । ତେଣୁ ଏହି ଯାତ୍ରା କେବେ ହେଲେ ବନ୍ଦ ରହିବ ନାହିଁ । ଝଡ ବର୍ଷା କିମ୍ବା ବାତ୍ୟା ଏହି ଯାତ୍ରାକୁ ପ୍ରଭାବିତ କରିପାରିବନାହିଁ । ଦେଶବାସୀ ଏହି ଯାତ୍ରାରେ କୌଣସି ଘୃଣା କିମ୍ବା ହିଂସାର ଝଲକ ଦେଖିବେ ନାହିଁ । ଏହି ନଦୀ ଦେଶବାସୀଙ୍କ ମଧ୍ୟରେ କେବଳ ପ୍ରେମ ଓ ଭାଇଚାରା ବାଣ୍ଟିବ । ଭାରତକୁ ଯୋଡିବାରେ ଆମକୁ କେହି ବାଧା ଦେଇପାରିବେ ନାହିଁ । ଦେଶର ପ୍ରକୃତ ସ୍ବରକୁ ଉତ୍ତୋଳନ କରିବାରେ ଆମକୁ କେହି ରୋକି ପାରିବେ ନାହିଁ ।’’

ଗତକାଲି ୨୫ତମ ଦିବସରେ ପହଞ୍ଚିଥିବା ଏହି ଯାତ୍ରାରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ 153 ଜନ୍ମତିଥିରେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ରାହୁଲ କର୍ଣ୍ଣାଟକର ବାଦନାବାଲୁରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ସେ ଖଦି ଗ୍ରାମ ଉଦ୍ୟୋଗର ମହିଳା ବୁଣାକାରଙ୍କ ସହ ଆଲୋଚନା ମଧ୍ୟ କରିବା ସହ ଦଳୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ ମଧ୍ୟ କରିଥିଲେ ।

୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ଆରମ୍ଭ ହୋଇଥିବା ଏହି ‘ଭାରତ ଯୋଡୋ ଯାତ୍ରା’ର  ନେତୃତ୍ବ ସାଂସଦ ତଥା ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନେଉଛନ୍ତି । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ବର୍ତ୍ତମାନ ତାମିଲନାଡୁ, କେରଳ ପରିକ୍ରମା ଶେଷ କରି ତୃତୀୟ ରାଜ୍ୟ ଭାବେ କର୍ଣ୍ଣାଟକରେ ପହଞ୍ଚିଛି । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ୧୫୦ ଦିନ ମଧ୍ୟରେ ୧୦ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳ ପରିକ୍ରମା କରି କାଶ୍ମୀରରେ ଶେଷ ହେବ । ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚୁଛି ଦଳ । ରାହୁଲଙ୍କ ସହ ବହୁ ବରିଷ୍ଠ କେନ୍ଦ୍ରୀୟ ନେତା ତଥା ପ୍ରଦେଶ କାର୍ଯ୍ୟକର୍ତ୍ତା ମଧ୍ୟ ସାମିଲ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking