29.4 C
Bhubaneswar
Saturday, May 4, 2024
Homeଓଡିଶାଚନ୍ଦନଭାଟି ବୈଶ୍ୟ ହଟୁଆ ସମାଜ ର ଦ୍ୱିତୀୟ ବନ୍ଧୁ ମିଳନ

ଚନ୍ଦନଭାଟି ବୈଶ୍ୟ ହଟୁଆ ସମାଜ ର ଦ୍ୱିତୀୟ ବନ୍ଧୁ ମିଳନ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଚନ୍ଦନଭାଟି ବୈଶ୍ୟ ହଟୁଆ ସମାଜର ଦ୍ୱିତୀୟ ବନ୍ଧୁ ମିଳନ ସ୍ଥାନୀୟ ଚନ୍ଦନଭାଟି ସ୍ଥିତ ସାପ୍ତାହିକ ବଜାର ପ୍ରାଙ୍ଗଣରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ ଉତ୍ସବରେ ଗ୍ରାମ୍ୟ କମିଟୀ ସଭାପତି ପଂଚାନନ ସା ସଭରାପତିତ୍ୱ କରିଥିବା ବେଳେ ବଲାଙ୍ଗୀର ଅଂଚଳର ଜାତୀୟ ୧୮ ମୌଜା ସଭାପତି ହରିଶ୍ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସମାଜର ସମ୍ପାଦକ କୈଳାଷ ଚନ୍ଦ୍ର କର୍ତ୍ତୀ , ଉପଦେଷ୍ଟା ଦଶରଥ ସେନାପତି , ନୂଆଖାଉ ବେହେରା , ଅରକ୍ଷିତ ଦଳାଇ , ମୀନ କେତନ ବେହେରା ଓ ଶଙ୍କର ସେନାପତି ପ୍ରମୁଖ ମଂଚାସୀନ ଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ପ୍ରଧାନ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସମାଜର ବିଭିନ୍ନ ସମସ୍ୟା ଓ ଆଗାମୀ ଦିନର କାର୍ଯ୍ୟପନ୍ଥା ନେଇ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ସମାଜର ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା । ମେଧାବୀ ଛାତ୍ରୀ ଭାବେ କସିସ ବେହେରା , ନିବୃତ୍ତି ରାଣୀ ବେହେରା , ବରିଷ୍ଠ ଲୋକ କଳାକାର ବାସୁଦେବ ସା , ମେଡିକାଲ ଅଫିସର ସଂଜୟ କୁମାର ଦଳାଇ , ବ୍ୟାଙ୍କ ଅଧିକାରୀ ରୂପେଶ ଦଳାଇ , ରାଜସ୍ୱ ସହାୟକ ଜୟନ୍ତ ବେହେରା,ବ୍ୟାଙ୍କ ଅଧିକାରୀ ଶୁଭ୍ରାଂଷୁ ଶେଖର ସେନାପତି , ମଳୟ କୁମାର ଦଳାଇ , ସୁଲେଖା ମହାରଣା , ଇଂଜିନିୟର ବିଜୟ କୁମାର ଦଳାଇ , ମିଥୁନ ଖଟୁଆ , ଅରକ୍ଷିତ ଦଳାଇ , ପ୍ରଭାତ ବେହେରା , ପିତାମ୍ବର ଦଳାଇ , ଦେବାନନ୍ଦ ଖଟୁଆ , ଅକ୍ଷୟ ଦଳାଇ , ଜିତୁ କୁମାର ଦଳାଇ ଓ ରାଜୁ ଖଟୁଆ ପ୍ରମୁଖଙ୍କୁ ମାନପତ୍ର ତଥା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅରକ୍ଷିତ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking