38.1 C
Bhubaneswar
Tuesday, April 23, 2024
Homeଓଡିଶାସଚେତନ ନାଗରିକ ଫୋରମ୍ ପକ୍ଷରୁ ପୁଲିସ୍ ଅଧିକାରୀଙ୍କୁ ଶୁଭେଚ୍ଛା

ସଚେତନ ନାଗରିକ ଫୋରମ୍ ପକ୍ଷରୁ ପୁଲିସ୍ ଅଧିକାରୀଙ୍କୁ ଶୁଭେଚ୍ଛା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଚେତନ ନାଗରିକ ଫୋରମ୍ ମହିଳା ଶାଖା ପକ୍ଷରୁ ଓଡିଶା ପୁଲିସ୍ ଅଧିକାରୀ ତଥା ଢେଙ୍କାନାଳ ମାଟିର ପୁଅ ଡ. ସୁଧାଂଶୁ ଷଡଙ୍ଗୀଙ୍କ କାର୍ଯ୍ୟକୁ ନେଇ ଏକ ସ୍ୱାଗତ ବୈଠକ ଶାଖାର ସଭାପତି ପ୍ରଭାତି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରକାଶଥାଉକି, ଗତ ୨୨ ବର୍ଷ ତଳେ ଘଟିଯାଇଥିବା ଅଞ୍ଜନା ମିଶ୍ରଙ୍କ ପ୍ରତି ଅନ୍ୟାୟ ଓ ଗଣବଳତ୍କାର କରିଥିବା ପ୍ରକୃତ ଆସାମୀ ବିବେକାନନ୍ଦଙ୍କୁ ପୁଲିସ୍ ଗିରଫ କରିଛି । ଏହି ଆଲୋଚନା ଚକ୍ରରେ ମହିଳା ଶାଖାର ସଦସ୍ୟାମାନେ ପୁଲିସ୍ କମିସନରଙ୍କ ଭୂୟଶୀ ପ୍ରଶଂସା କରିଛନ୍ତି । ଏହିପରି ଅନେକ ଅସହାୟ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ପୁଲିସ୍‌ର ଦୃଢ ଇଚ୍ଛାଶକ୍ତି ରହିବା ଉଚିତ୍‌, ତାହା ହେଲେ ରାଜ୍ୟରେ ମହିଳାମାନେ ଉଚିତ୍ ନ୍ୟାୟ ପାଇପାରିବେ । ଏକ ଚାରିଜଣିଆ ପୁଲିସ୍ ଟିମ୍‌ର ଅକ୍ଲାନ୍ତ ପରିଶ୍ରମ ବଳରେ ପିଡିତା ମହିଳା ଅଞ୍ଜନା ନ୍ୟାୟ ପାଇବାକୁ ଯାଉଥିବାରୁ ଓଡିଶା ପୁଲିସ୍ ଅଧିକାରୀମାନଙ୍କୁ ଢେଙ୍କାନାଳ ସଚେତନ ନାଗରିକ ଫୋରମ୍‌ର ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking