31.1 C
Bhubaneswar
Tuesday, June 10, 2025
Homeଦେଶ ବିଦେଶକେନ୍ଦ୍ର ଜିଏସଟି ପରେ ରାଜ୍ୟ ଜିଏସଟିର ଚଢ଼ାଉ । ଉଠିଲା ପ୍ରଶ୍ନ, ଜିଏସଟି ଚଢାଉ ହେଉଛି.....

କେନ୍ଦ୍ର ଜିଏସଟି ପରେ ରାଜ୍ୟ ଜିଏସଟିର ଚଢ଼ାଉ । ଉଠିଲା ପ୍ରଶ୍ନ, ଜିଏସଟି ଚଢାଉ ହେଉଛି.. ନା ଚାଲିଛି ରାଜନୈତିକ ଛକାପଞ୍ଝା

ନୂଆଦିଲ୍ଲୀ: କେନ୍ଦ୍ରର ଜିଏସଟି ବନାମ ରାଜ୍ୟର ଜିଏସଟି । କେନ୍ଦ୍ର ଓ ରାଜ୍ୟର ଜିଏସଟି ଚଢାଉକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ଯାଜପୁର ଧର୍ମଶାଳାରେ କେନ୍ଦ୍ର ଜିଏସଟି ଚଢାଉ କରିଥିବାବେଳେ, ତାଳଚେରର କୋଇଲା ବ୍ୟବସାୟୀଙ୍କ ଘରେ ରାଜ୍ୟ ଜିଏସଟିର ଚଢାଉ ହୋଇଛି । ଯାହାକୁ ନେଇ ତେଜିବାରେ ଲାଗିଛି ରାଜନୀତି ।କେନ୍ଦ୍ର ଓ ରାଜ୍ୟ ଜିଏସଟି ଚଢାଉକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ଯାଜପୁରର ଧର୍ମଶାଳାରେ କେନ୍ଦ୍ର ଜିଏସଟି ଚଢାଉ ପରେ ସକ୍ରିୟ ହୋଇଛି ରାଜ୍ୟ ଜିଏସଟି । ତାଳଚେରର କୋଇଲା ବ୍ୟବସାୟୀ ତଥା ଦୁଇଭାଇ ମହେନ୍ଦ୍ର ବେହେରା ଓ ରାଜେନ୍ଦ୍ର ବେହେରାଙ୍କ ଘର ଓ ଅଫିସ ଉପରେ ଚଢାଉ ହୋଇଛି । ତାଳଚେର ସମେତ ଭୁବନେଶ୍ୱର ଓ ଢେଙ୍କାନାଳରେ ଥିବା ଘର, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅଫିସରେ ହୋଇଛି ଏହି ରେଡ୍ ।

ମା ହିଙ୍ଗୁଳା ଟ୍ରାନ୍ସପୋର୍ଟ ଓ ହିଙ୍ଗୁଳା ଟ୍ରେଡର୍ସରେ ୨୫ ଜଣିଆ ଜିଏସଟି ଟିମ ରେଡ କରିଛି । ମହେନ୍ଦ୍ରଙ୍କ ଆୟ ଓ ଜିଏସଟି ତଥ୍ୟରେ ତାଳମେଳ ରହୁନଥିବାରୁ ଏଭଳି ରେଡ କରିଛି ରାଜ୍ୟ ଜିଏସଟି । ଢେଙ୍କାନାଳ ଓ ତାଳଚେରରେ ଥିବା ମହେନ୍ଦ୍ରଙ୍କ ୪ଟି ବ୍ୟବସାୟିକ ପ୍ରତିଷ୍ଠାନରେ ଚଢାଉ ହୋଇଛି । ଏଥିମଧ୍ୟରେ ରହିଛି ହାଣ୍ଡିଧୁଆ ଛକରେ ଥିବା ଏକ କ୍ରସର । ପ୍ରାଥମିକ ଆକଳନ ଅନୁସାରେ, ପ୍ରାୟ ୬୦ କୋଟିରୁ ଅଧିକ ଟଙ୍କାର ହେରଫର ହୋଇଥିବା ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking