30.1 C
Bhubaneswar
Sunday, June 8, 2025
HomeUncategorizedଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ଅଧିବେଶନ

ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ଅଧିବେଶନ

ଗୁଣୁପୁର : ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ର 58 ତମ ରାଜ୍ୟ ସ୍ତରୀୟ ଅଧିବେଶନ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ମନୋନୀତ ଶ୍ରୀମତୀ ଶାନ୍ତି ଦେବୀ ଏହାକୁ ଉଦଘାଟନ କରିଥିଲେ । ସାରା ରାଜ୍ୟର 48 ଟି ବିଦ୍ୟୁତ ଡିଭିଜନର କର୍ମଚାରୀ ମାନେ ଅଧିବେଶନ ରେ ଯୋଗ ଦେଇଥିବା ବେଳେ ଠିକା କର୍ମଚାରୀ ଙ୍କୁ ସ୍ଥାୟୀ ନିଯୁକ୍ତି, ଗ୍ରେଡ ପେ ବୃଦ୍ଧି, ଟାଟା ପାୱାର ରେ ଓଡ଼ିଆ ଲୋକଙ୍କୁ ନିଯୁକ୍ତି, ବିଦ୍ୟୁତ କର୍ମଚାରୀ ଙ୍କୁ କୋଭିଡ ଟୀକା ପ୍ରଦାନ ପ୍ରଭୃତି 10 ଦଫା ଦାବି ସମ୍ପର୍କରେ ବିଷଦ ଭାବେ ଆଲୋଚନା କରାଯାଇଥିଲା । ସଂଘର ସଭାପତି ପ୍ରଶାନ୍ତ ମହାପାତ୍ର, ସାଧାରଣ ସମ୍ପାଦକ ଅକ୍ଷୟ ତ୍ରିପାଠୀ, ଉପଦେଷ୍ଟା ରାମକୃଷ୍ଣ ସାହୁ, କାର୍ଯ୍ୟକାରୀ ସଭାପତି ଦୀନବନ୍ଧୁ ମହାନ୍ତି, ସଂଗଠନ ସମ୍ପାଦକ ବିଜୟ କୁମାର ପଣ୍ଡା ଙ୍କ ସମେତ ଗୁଣୁପୁର ଡିଭିଜନ ର ସଂପାଦକ ଅଜିତ ପଣ୍ଡା, କେନ୍ଦ୍ରୀୟ କାର୍ଯ୍ୟକାରୀ ସଭ୍ୟ ମୁନା ପାଢ଼ୀ କାର୍ଯ୍ୟକ୍ରମ କୁ ସଫଳ ଭାବେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking