31 C
Bhubaneswar
Saturday, August 8, 2026
Homeଦେଶ ବିଦେଶଓଡ଼ିଶାର ୨ ବୁଣାକାରଙ୍କୁ ଜାତୀୟ ପୁରସ୍କାର

ଓଡ଼ିଶାର ୨ ବୁଣାକାରଙ୍କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର: ନୂଆଦିଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଶୁକ୍ରବାର ୧୨ତମ ଜାତୀୟ ହସ୍ତତନ୍ତ ଦିବସ ସମାରୋହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଯୋଗଦେଇ ଭାରତର ସମୃଦ୍ଧ ଏବଂ ବିବିଧ ହସ୍ତତନ୍ତ ବୟନ ପରମ୍ପରାକୁ ସମ୍ମାନ ପ୍ରଦର୍ଶନ କରୁଥିବା ୪ଟି ସ୍ମାରକୀ ଡାକଟିକଟ ଉନ୍ମୋଚନ କରିବା ସହ ଦେଶର ମୋଟ ୨୨ଜଣ ବୁଣାକାରଙ୍କୁ ‘ସନ୍ଥ କବୀର ହସ୍ତତନ୍ତ ପୁରସ୍କାର’ ଓ ‘ଜାତୀୟ ହସ୍ତତନ୍ତ ପୁରସ୍କାର ୨୦୨୫’ ପ୍ରଦାନ କରିଛନ୍ତି। ଏମାନଙ୍କ ମଧ୍ୟରେ ଓଡ଼ିଶାର ୨ଜଣ ବୁଣାକାର ରାଷ୍ଟ୍ରପତିଙ୍କଠାରୁ ଜାତୀୟ ପୁରସ୍କାର ପାଇଛନ୍ତି। ବରଗଡ଼ ଜିଲାର ଜଣାଶୁଣା ବୁଣାକାର ରାମ ମେହେର ବିଚିତ୍ରପୁରୀ ଖଦୀ ଶାଢ଼ୀ ବୁଣାରେ ଅସାଧାରଣ ଦକ୍ଷତା ଲାଗି ‘ସନ୍ଥ କବୀର ହସ୍ତତନ୍ତ ପୁରସ୍କାର’ ପାଇଛନ୍ତି। ଅତାବିରା ଝିଲିମିଣ୍ଡା ଗ୍ରାମର ବାସିନ୍ଦା ମେହରଙ୍କର ବିଚିତ୍ରପୁରୀ ବା ବିଚିଟପର ଶାଢ଼ୀ ବୁଣା କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି। ସେହିପରି ଜଗତସିଂହପୁର ଜିଲା ବାଇଜଙ୍ଗା ସିଙ୍ଗିପୁର ଅଞ୍ଚଳର ବୁଣାକାର ପ୍ରଫୁଲ୍ଲ କୁମାର ସାହୁ ରାଷ୍ଟ୍ରପତିଙ୍କଠାରୁ ‘ଜାତୀୟ ହସ୍ତତନ୍ତ ପୁରସ୍କାର’ ପାଇଛନ୍ତି। ପାରମ୍ପରିକ ଜଗତ୍‌ସିଂହପୁର ଶାଢ଼ୀ ବୁଣା କ୍ଷେତ୍ରରେ ଦୀର୍ଘଦିନର ଅଭିଜ୍ଞତା ଏବଂ ଏହି ପାରମ୍ପରିକ ପଦ୍ଧତିର ପ୍ରୋତ୍ସାହନ ନିମନ୍ତେ ସାହୁଙ୍କୁ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking