କଟକ: ଆଜିଠୁ ମହଙ୍ଗା ହେବ ପାହାଳ ରସଗୋଲା । କ୍ଷୀର ଓ ଛେନା ଦର ବଢ଼ିବା ପରେ ଏବେ ଏହାର ପ୍ରଭାବ ସିଧାସଳଖ ମିଠା ଉପରେ ପଡ଼ିଛି । ଫଳରେ ପାହାଳ ମିଠା ବ୍ୟବସାୟୀ ସଂଘ ବିଭିନ୍ନ ପ୍ରକାରର ମିଠା ଉପରେ ଦର ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି । ଛେନା ଦର ବୃଦ୍ଧିକୁ ପ୍ରଥମେ ପାହାଳ ମିଠା ଦୋକାନୀ ବିରୋଧ କରି ଗଲା ୩ ଦିନ ଧରି ଦୋକାନ ବନ୍ଦ ରଖିଥିବା ବେଳେ ଆଜିଠାରୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।
ତେବେ ଦୋକାନ ଖୋଲିବା ସହିତ ନୂତନ ବର୍ଦ୍ଧିତ ଦର ଅନୁସାରେ ମିଠା ବିକ୍ରି କରାଯିବ ବୋଲି ସଂଘ କହିଛି। ନୂତନ ଧାର୍ଯ୍ୟ ଦର ଅନୁସାରେ ଆଉ ଏଣିକି ୫ ଟଙ୍କିଆ ମିଠା ମିଳିବ ନାହିଁ। ଯେଉଁ ରସଗୋଲା ଗୋଟାକୁ ୫ ଟଙ୍କାରେ ମିଳୁଥିଲା ତାହା ଏବେ ୬ଟଙ୍କାରେ ବିକ୍ରି ହେବ। ସେହିପରି ୧୦ ଟଙ୍କିଆ ମିଠା ୧୨ ଟଙ୍କା ଓ ୨୦ ଟଙ୍କିଆ ରସୋଗଲା ୨୫ ଟଙ୍କାରେ ବିକ୍ରିହେବ।