29.1 C
Bhubaneswar
Wednesday, April 24, 2024
Homeଓଡିଶାକାରଖାନା ପାୱାର୍‌ପ୍ଲାଣ୍ଟରୁ ପଡ଼ି ଶ୍ରମିକ ମୃତ

କାରଖାନା ପାୱାର୍‌ପ୍ଲାଣ୍ଟରୁ ପଡ଼ି ଶ୍ରମିକ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡ଼ପଡା ବ୍ଲକ ଅନ୍ତର୍ଗତ ଖଡଗପ୍ରସାଦସ୍ଥିତ ନବ ଲିମିଟେଡ୍ କାରଖାନା ପାୱାର ପ୍ଲାଣ୍ଟରେ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସ୍ଥାନୀୟ ଖଡଗପ୍ରସାଦ ଗ୍ରାମ ନନ୍ଦିନୀ କଲୋନୀର ମାଧବ ବେହେରା । ସେ ଏହି ନବ ଲିମିଟେଡ୍ କାରଖାନାର ପାୱାର ପ୍ଲାଣ୍ଟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ରବିବାର ଅପରାହ୍ନରେ ସେ ପ୍ଲାଣ୍ଟ ଉପରୁ ତଳକୁ ଖସି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ହେଲେ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଫଳରେ ଗ୍ରାମବାସୀ କାରଖାନା ମୁଖ୍ୟ ଫାଟକ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି । ପରିବାରକୁ ୫୦ଲକ୍ଷ ଟଙ୍କା ପ୍ରଦାନ ଓ ପରିବାରର ଜଣେ ସଦସ୍ୟଙ୍କୁ କାରଖାନାରେ ନିଯୁକ୍ତି ଦାବିରେ ଉତ୍ତ୍ୟକ୍ତ ଲୋକେ ଧାରଣା ଦେଇଛନ୍ତି । ଉତ୍ୟକ୍ତ ଲୋକେ । ମୁଖ୍ୟ ଫାଟକ ବନ୍ଦ ଯୋଗୁଁ କାରଖନାକୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବାରୁ ଉତ୍ତେଜନା ପ୍ରକାଶ ପାଇଛି । ଖବରପାଇ ମୋଟଙ୍ଗା ଥାନା ପୁଲିସ ପହଞ୍ଚି ଆନ୍ଦୋଳନରତ ଲୋକଙ୍କୁ ବୁଝାସୁଝା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking