ବାରଙ୍ଗ : ନନ୍ଦନକାନନ ମୁଖ୍ୟ ରାସ୍ତାର ଏକ ପାଶ୍ୱର୍ରେ ପଡ଼ିଥିବା ଏକ ଅଖାମୁଣିରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଥିବା ଜଣାପଡିଛି । ଜଣେ ନିର୍ଦ୍ଦୟ ମା’ ତା’ର ନବଜାତ ଶିଶୁକନ୍ୟାକୁ ରାସ୍ତାକଡରେ ଫୋପାଡି ଦେଇଥିବାର ଅଭାବନୀୟ ଦୃଶ୍ୟ ଏଠାରେ ଦେଖିବାକୁ ମିଳିଛି । ଯାହା ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି । ବିବରଣୀରୁ ପ୍ରକାଶ ନିକଟସ୍ଥ ଭଗବତୀ ପୁର ପବିତ୍ର ଦାସ ଗୁରୁବାର ସକାଳେ ନନ୍ଦନକାନନ ଛକ ନିକଟ ମୂଖ୍ୟ ରାସ୍ତାକଡରୁ ଘାସ କାଟୁଥିବାବେଳେ ସେଠାରେ ଥିବା ଏକ ଅଖାମୁଣି ହଲିବାକୁ ଲାଗିଥିଲା । ବ୍ୟକ୍ତି ଜଣକ ଏହା ଦେଖି ଭୟଭୀତ ହୋଇ ସାହାସର ସହିତ ଅଖାମୁଣିଟିକୁ ଖୋଲିଥିଲେ ।
ତହିଁରୁ ସେ ଦେଖିବାକୁ ପାଇଥିଲେ ଯେ ନାହିନାଡ଼ ଲାଗିଥିବା ଏକ ଶିଶୁକନ୍ୟା । ପରେ ଶିଶୁ କନ୍ୟା ବଞ୍ôଚଥିବା ଦେଖି ବ୍ୟକ୍ତି ଜଣକ ତୁରନ୍ତ ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲକୁ ନେଇଯାଇଥିଲା । ମାତ୍ର ସେଠାରେ ଡାକ୍ତରମାନେ ସେଠାରେ ଶିଶୁମାନଙ୍କର ଚିକିତ୍ସା ବ୍ୟବସ୍ଥା ନଥିବା କହି ଫେରାଇ ଦେଇଥିଲେ ।
ତେବେ ସେଠାରୁ ସେ ୬ନମ୍ବର ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ନେଇଯାଇଥିଲେ । ଡାକ୍ତରମାନେ ପିଲାଟିକୁ ଚୋରିକରି ଆଣିଥିବା ସନ୍ଦେହକରି ବ୍ୟକ୍ତି ଜଣକୁ ଅଟକ ରଖି ଚାଇଲ୍ଡ ଲାଇନକୁ ଖବର କରିଥିଲେ । ଚାଇଲ୍ଡ ଲାଇନର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ôଚ ପବିତ୍ରକୁ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚରା ଚଳାଇଥିବା ଜଣାପଡିଛି ।