27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ ଗ୍ରିନ୍‌ ଟି

ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ ଗ୍ରିନ୍‌ ଟି

ବ୍ୟୁରୋ : ସବୁଜ ଚା’(ଗ୍ରିନ୍‌ ଟି) ପିଇବାର ଉପକାରିତା ବିଷୟରେ ଅଳ୍ପ ବହୁତ ସମସ୍ତେ ଜାଣନ୍ତି। ଭାରତୀୟମାନେ ପିଉଥିବା ବିଭିନ୍ନ ରକମର ଚା’ ମଧ୍ୟରେ ବୋଧହୁଏ ଦ୍ୱିତୀୟ ସ୍ଥାନରେ ରହିଛି ଗ୍ରିନ୍‌ ଟି। ଏହା ଲୋକେ ସଉକ ପାଇଁ କମ୍‌, ନିଜ ସ୍ୱାସ୍ଥ୍ୟ ପାଇଁ ଅଧିକ ପିଇଥାନ୍ତି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଗ୍ରିନ୍‌ଟିରେ ଗୋଟିଏ ପ୍ରକାରର ଭଲ ଗୁଣ ନୁହେଁ, ରହିଛି ଅଜସ୍ର ଉପକାରୀ ଗୁଣ କଗ୍ରିନ ଟି ମସ୍ତିଷ୍କକୁ ସକ୍ରିୟ ରଖିବାରେ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। କଫିରେ ଯେତେ ପରିମାଣର କ୍ୟାଫିନ୍‌ ଥାଏ ଗ୍ରିନ୍‌ ଟିରେ ସେତେ ପରିମାଣର କ୍ୟାଫିନ୍‌ ନଥାଏ। ତେଣୁ ଏହା ଦେହ ପାଇଁ ଖୁବ୍‌ ଭଲ ହୋଇଥାଏ। ଶରୀରରେ ବଢ଼ିଥିବା ଅଯଥା ମାଂସକୁ ଗ୍ରିନ୍‌ ଟି ପିଇବା ଦ୍ୱାରା ନିୟନ୍ତ୍ରଣ କରାଯାଇ ପାରେ। ଦୈନନ୍ଦିନ ଗ୍ରିନ୍‌ ଟି ପିଇଲେ ଓଜନ ହ୍ରାସ ହୋଇଥାଏ। ସବୁବେଳେ ଗ୍ରିନ୍‌ ଟି ପିଉଥିବା ଲୋକଙ୍କ ଭିତରେ କର୍କଟ ସମସ୍ୟା ପ୍ରାୟତଃ କମ୍‌ ଦେଖାଯାଏ। କେବଳ କର୍କଟ କାହିଁକି, ହୃଦ୍‌ରୋଗକୁ ବି ଗ୍ରିନ୍‌ ଟି ପିଇବା ଦ୍ୱାରା ଆୟତ୍ତରେ ରଖାଯାଇପାରେ ବୋଲି ଗବେଷକମାନେ କହିଛନ୍ତି। ସ୍ବାସ୍ଥ୍ୟଗତ ଉପକାରିତାକୁ ବାଦ୍‌ ଦେଲେ ଗ୍ରିନ୍‌ ଟି ପିିଇବା ଦ୍ବାରା ସୌନ୍ଦର୍ଯ୍ୟ ବି ବୃଦ୍ଧି ହୋଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking