29.1 C
Bhubaneswar
Saturday, July 27, 2024
Homeଅପରାଧରକ୍ତର ଭାଇ ସାଜିଲା ରାକ୍ଷସ; ଭଉଣୀ ସହ….

ରକ୍ତର ଭାଇ ସାଜିଲା ରାକ୍ଷସ; ଭଉଣୀ ସହ….

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ତଥା ବିଭତ୍ସ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ସାଙ୍ଗମାନଙ୍କ ସହ ନିଜ ଭଉଣୀକୁ ଗଣଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗରେ ଭାଇ ସମେତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ମୃତକଙ୍କ ନିଜ ଭାଇ ଓ ତାର ସାଙ୍ଗମାନେ ତାଙ୍କୁ ବଳାତ୍କାର କରି ହତ୍ୟା କରିଥିବା ସୂଚନା ମିଳିଛି । ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଆଉ ଜଣଙ୍କୁ ଅଟକ ରଖିଛି ।

ସୂଚନା ଅନୁଯାୟୀ, ଚକାପାଦ ଥାନା ଚାହାଳି ପଞ୍ଚାୟତର ଜନୈକା ନିଜ ବାପାଙ୍କ ସହ ରହୁଥିଲେ । ଘର ନିକଟରେ ତାଙ୍କ ବଡ଼ଭାଇ ପରେଶ ଭୋଇ ନିଜ ପତ୍ନୀଙ୍କ ସହିତ ଅଲଗା ରହୁଥିଲେ । ତେବେ କିଛିଦିନ ହେଲା ସେ ନିଜ ଶାଳୀଙ୍କୁ ଆଣି ପାଖରେ ରଖିଥିଲେ । ଶାଳୀଙ୍କ ସହ ଅନୈତିକ ସମ୍ପର୍କକୁ ନେଇ ନିଜ ଭାଇଙ୍କୁ ବିରୋଧ କରି ଆସୁଥିଲେ ଭଉଣୀ । ଏହାକୁ ନେଇ ଭାଇ ଭଉଣୀଙ୍କ ମଧ୍ୟରେ ମନାନ୍ତର ହୋଇଥିଲା । ଗତ ନଭେମ୍ବର ୩ ତାରିଖ ଦିନ ଭଉଣୀ ଜଣକ ଶିଆଳି ପତ୍ର ସଂଗ୍ରହ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ପରେଶ ମଧ୍ୟ ସେହି ସ୍ଥାନକୁ ଗାଇ ଚରାଇବା ପାଇଁ ଯାଇଥିଲା । ଭଉଣୀକୁ ସେଠାରେ ଦେଖି ପ୍ରତିଶୋଧ ନେବା ପାଇଁ ଯୋଜନା କରିଥିଲା ଅଭିଯୁକ୍ତ ପରେଶ । କିଛି ସାଙ୍ଗଙ୍କୁ ଫୋନ କରି ସେଠାକୁ ଡକାଇଥିଲା ।

ସେଠାରେ ସମସ୍ତେ ମଦ ପିଇବା ପରେ ଭଉଣୀକୁ ଗଣଦୁଷ୍କର୍ମ କରିଥିଲେ । ଏନେଇ ଜନୈକା ପ୍ରତିରୋଧ କରି ପାଟି କରିବାରୁ ଭାଇ ପରେଶ ତାଙ୍କ ତଣ୍ଟି ଚିପି ଦେଇଥିଲା । ସେ ଅଚେତ ହୋଇଯିବା ପରେ ଡାଳ କାଟିବା ପାଇଁ ଆଣିଥିବା ଟାଙ୍ଗିଆରେ ସମସ୍ତେ ମିଶି ତାଙ୍କୁ ହତ୍ୟା କରିଥିଲେ । ଏହାପରେ ମୃତଦେହକୁ ଏକ ପଥର ସନ୍ଧିରେ ଫିଙ୍ଗିଦେଇ ଚାଲିଯାଇଥିଲେ । ସେପଟେ ଝିଅ ଘରକୁ ନଫେରିବାରୁ ବାପା ଖୋଜାଖୋଜି କରି କୌଣସି ସନ୍ଧାନ ନପାଇବାରୁ ପରେଶକୁ ଝିଅ ନିଖୋଜ ଥିବା କହିଥିଲେ ।

ଘଟଣାଟି ନଭେମ୍ବର ୩ ତାରିଖ ଦିନ ଘଟାଇଥିଲେ ପରେଶ ଓ ତାର ସାଙ୍ଗମାନେ । ତଥାପି ମଧ୍ୟ କିଛି ନଜାଣିବା ଭଳି ପରେଶ ନିଜେ ୬ ତାରିଖ ଦିନ ଭଉଣୀ ନିଖୋଜ ଥିଲା ଏବଂ ତାର ମୃତଦେହ ଜଙ୍ଗଲରେ ଠାବ ହୋଇଥିବା ନେଇ ଚକାପାଦ ଥାନାରେ ଅଭିଯୋଗ କରିଥିଲା । ୭ ତାରିଖ ଦିନ ପୋଲିସ ଚାହାଳି ଲିଆଗଡ଼ ଜଙ୍ଗଲ ମଧ୍ୟରୁ ଜନୈକାଙ୍କର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ମୃତଦେହ ନଷ୍ଟ ହୋଇଯାଇଥିବାବେଳେ ଡାକ୍ତର ବ୍ୟବଚ୍ଛେଦ କରି ତିନି ଜାଗାରେ କ୍ଷତଚିହ୍ନ ଥିବା ରିପୋର୍ଟ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking